ନୂଆଦିଲ୍ଲୀ: ଆଧାର କାର୍ଡ ଭାରତୀୟଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା। ଯାହାର ବ୍ୟବହାର ଏହି ଆଇଡି ଦ୍ୱାରା କରାଯାଇଥାଏ। ଏହା ବ୍ୟତୀତ ସମସ୍ତ ସରକାରୀ ଡକ୍ୟୁମେଣ୍ଟ ଏବଂ ବ୍ୟାଙ୍କିଙ୍ଗ କାର୍ଯ୍ୟ ପାଇଁ ଏହାର ଆବଶ୍ୟକତା ଅତ୍ୟନ୍ତ ଜରୁରୀ। ଡିଜିଟାଲାଇଜେସନ ଆଧାରକୁ ଡିଜିଟାଲଇଜ କରାଯାଇଛି। ଏହା ଦ୍ୱାରା ଆପଣ ସହଜରେ ଅନଲାଇନ ମ୍ୟାନେଜ କରିପାରିବେ।
UIDAI ଅର୍ଥାତ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ ପାଇଁ ଦୁଇ ପ୍ଲାଟଫର୍ମର ଅପ୍ସନ ଦେଇଥାଏ, ଯେଉଁଥିରେ mAadhaar ଏବଂ MyAadhaarକୁ ସାମିଲ କରାଯାଇଛି। କୁହାଯାଏ ଯେ, ଦୁଇଟି ପ୍ଲାଟଫର୍ମ ଆଧାର କାର୍ଡ ସହ ଜଡିତ କାର୍ଯ୍ୟ କରିବା ପାଇଁ ବ୍ୟବହାର କରାଯାଇଥାଏ। ଏହି ପ୍ଲାଟଫର୍ମ ଭିନ୍ନ-ଭିନ୍ନ ୟୁଜର୍ସଙ୍କ ଆବଶ୍ୟକତାକୁ ପୂରଣ କରିଥାଏ। ଆସନ୍ତୁ ଜାଣିବା ଏହି ବିଷୟରେ..
mAadhaar ଏବଂ MyAadhaar: mAadhaar ଏକ ମୋବାଇଲ ଆପ ଅଟେ। ଏଥିରେ ୟୁଜର୍ସଙ୍କୁ ଆଧାର ଡାଟାକୁ ଆକ୍ସେସ କରିବା ଏବଂ ତାକୁ ମ୍ୟାନେଜ କରିବାରେ ସାହାଯ୍ୟ କରିଥାଏ। ସେହିପରି MyAadhaarର କଥା କହିବାକୁ ଗଲେ ଏହା UIDAI ର ଅଫିସିଆଲ ୱେବସାଇଟ, ଆଧାର ଅପଡେଟ, ଡାଉନଲୋଡ ଏବଂ ଭେରିଫିକେସନ ପାଇଁ ଅନେକ ଅନଲାଇନ ସର୍ଭିସ ଦେଇଥାଏ। ଏବେ ପ୍ରଶ୍ନ ଉଠୁଛି ଯେ, ଦୁଇ ସାଇଟରେ କଣ ପାର୍ଥକ୍ୟ ରହିଛି ଏବଂ ଏହା ବ୍ୟବହାର କିପରି କରିବା ଆବଶ୍ୟକ।
mAadhaar Android ବା iOS ସ୍ମାର୍ଟଫୋନ ପାଇଁ ଏକ ମୋବାଇଲ ବେସଡ ଆପ୍ଲିକେସନ ରହିଛି। ଯେଉଁଥିରେ MyAadhaar ଏକ ଲଗିନ-ବେସଡ ପୋର୍ଟାଲ ଅଟେ। ଯେଉଁଠାରେ ଆଧାର ନମ୍ବର ହୋଲ୍ଡର, ଆଧାର-ବେସଡ ଅନଲାଇନ ସର୍ଭିସର ବ୍ୟବହାର କରାଯାଇପାରିବ। ଏଥିରେ ଆପଣ ମୋବାଇଲ ଫୋନ, ଲାପଟପ ଏବଂ ଟ୍ୟାବରୁ ମଧ୍ୟ ଲଗଇନ କରି ଆପଣ ଆଧାର ସହ ଜଡିତ ଅପଡେଟ କରିପାରିବେ।
mAadhaar ର ଫାଇଦା: ଏହି ଆପରେ ଆପଣ ଗୋଟିଏ ଟ୍ୟାପ କରି ଯେକୌଣସି ଆଧାର ସହ ଜଡିତ ସୂଚନା ହାସଲ କରିପାରିବେ। ସର୍ବଦା ଆପଣଙ୍କ ପାଖରେ ଆଧାର କାର୍ଡର ଡିଜିଟାଲ ଭର୍ଜନ ରହିଥାଏ। ଓଟିପି ଜରିଆରେ ସହଜରେ ଲଗ ଇନ କରିପାରିବେ।
ଏହି ଆପ ଆପଣଙ୍କ ପାଖରେ ନିଜ ଆଧାର ସଂଖ୍ୟାକୁ ଲକ ଏବଂ ଅନଲକ କରିବାର ବକଳ୍ପ ରହିଥାଏ। ଏହି ଆପ ଜରିଆରେ ସହଜରେ ନିଜ ମୋବାଇଲ ନମ୍ବରକୁ ଅପଡେଟ ମଧ୍ୟ କରିପାରିବେ।
MyAadhaar : MyAadhaar ପୋର୍ଟାଲର ଉପଯୋଗ କରି ଆପଣ ଆଧାର ସହ ଜଡିତ ସମସ୍ତ ଜରୁରୀ ସର୍ଭିସେଜର ବ୍ୟବହାର କରିପାରିବେ। ଏହି ଅଫିସିଆଲ UIDAI ୱେବସାଇଟ ରହିଛି, ଯାହାର ଆପଣ ଅନଲାଇନ ଉପଯୋଗ ମଧ୍ୟ କରିପାରିବେ।