fbpx

ମାଟି ତଳୁ ଶୁଭୁଛି ରହସ୍ୟମୟ ଶବ୍ଦ: ଗ୍ରାମବାସୀ ଆତଙ୍କିତ, ବିଶେଷଜ୍ଞ ଟିମ୍ ଚଳାଇଛନ୍ତି ରିସର୍ଚ୍ଚ

ନୂଆଦିଲ୍ଲୀ: ମାଟି ତଳୁ ଆସୁଛି ଏକ ରହସ୍ୟମୟ ଶବ୍ଦ । ଏକଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏପରି ଏକ ବିରଳ ଘଟଣା ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ଗ୍ରାମବାସୀ ଚିନ୍ତିତ ରହିଥିବା ବେଳେ ବୈଜ୍ଞାନିକମାନେ ଘଟଣା ପଛର ରହସ୍ୟ ବିଷୟରେ ଅନୁଧ୍ୟାନ କରୁଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଏ ବାବଦରେ କିଛି ସଫଳତା ମିଳିନଥିବା ଜଣାପଡ଼ିଛି ।

ଘଟଣାଟି ଲାତୁର ଜିଲ୍ଲାର ହସୋରୀ ଗ୍ରାମରେ ଦେଖିବାକୁ ମିଳିଛି । ହସୋରୀ ଗ୍ରାମଠାରୁ ୨୮ କିମି ଦୂରରେ କିଲାରୀ ନାମକ ଏକ ଗ୍ରାମ ରହିଛି । କିଲାରୀ ଗ୍ରାମରେ ଗତ ୧୯୯୩ରେ ଏକ ଭୟଙ୍କର ଭୂକମ୍ପ ଆସିଥିଲା । ଉକ୍ତ ଭୂକମ୍ପରେ ୯୭୦୦ ଲୋକଙ୍କର ପ୍ରାଣହାନୀ ହୋଇଥିଲା । ଯାଞ୍ଚ ପାଇଁ ଗ୍ରାମକୁ ଯାଇଥିବା ଜଣେ ଅଧିକାରୀ ଏହାକୁ ସ୍ୱୀକାର କରିଛନ୍ତି ।

ତେବେ ଭାରତୀୟ ଭୂ-ଚୁମ୍ବକତ୍ୱ ସଂସ୍ଥାର ବିଶେଷଜ୍ଞଙ୍କୁ ଘଟଣାସ୍ଥଳକୁ ଅଧ୍ୟୟନ ପାଇଁ ପଠାଇବାକୁ ଜିଲ୍ଲା ଅଧିକାରୀଙ୍କ ପକ୍ଷରୁ ଅପିଲ କରାଯାଇଛି । ଅଧିକାରୀଙ୍କ ମୁତାବକ ଗତ ୬ ତାରିଖଠାରୁ ଗ୍ରାମରେ ଏକ ଅଜବ ପ୍ରକାରର ସ୍ୱର ଶୁଣାଯାଉଛି । ଗ୍ରାମାବାସୀଙ୍କ ଅଭିଯୋଗ କ୍ରମେ ଜିଲ୍ଲା କଲେକ୍ଟର ଘଟଣାସ୍ଥଳ ପରିଦର୍ଶନ କରିବା ସହ ଚିନ୍ତା ନ କରିବାକୁ ପରାମର୍ଶ ଦେଇଥିଲେ । ଖୁବଶୀଘ୍ର ନାନ୍ଦେଡ଼ର ସ୍ୱାମୀ ରାମାନନ୍ଦ ତୀର୍ଥ ମରାଠୱାଡ଼ା ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବେ ।

ସୂଚନାଯୋଗ୍ୟ ଯେ, ଏପରି ଏକ ଘଟଣା ପୂର୍ବରୁ ମହାରାଷ୍ଟ୍ରରେ ଦେଖିବାକୁ ମିଳିଥିଲା । ଗତ ୨୦୨୦ରେ ହିଙ୍ଗୋଲୀ ଜିଲ୍ଲାର ବୋଥୀ ଗ୍ରାମରେ ଭୂପୃଷ୍ଠ ତରୁ ଭାରି ଗଡ଼ାଗଡ଼ାହଟ ପରି ଶବ୍ଦ ଶୁଣାଯାଉଥିଲା । ଉକ୍ତ ଶବ୍ଦ ଶୁଣିବା ପରେ ଗ୍ରାମାବାସୀମାନେ ଏଣେତେଣେ ଦୌଡ଼ିଥିଲେ । ମାତ୍ର ପରଦିନ ସକାଳୁ ଗ୍ରାମବାସୀ ଭୂକମ୍ପ ଝଟକାର କୌଣସି ଖବର ପାଇନଥିଲେ ।

Get real time updates directly on you device, subscribe now.