fbpx

ରହସ୍ୟ ଘେରରେ ଗୋଲଡେନ୍ ପଥର: ଛୁଇଁବାରୁ ବଞ୍ଚିତ ହୁଅନ୍ତି ମହିଳା, ଜାଣନ୍ତୁ କାହିଁକି ?

ଦୁନିଆରେ ଏପରି କିଛି ଜିନିଷ ରହିଛି, ଯାହକି ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ଏହିପରି ତାମିଲନାଡ଼ୁର ମହାବିଲପୁରମରେ ଏକ ବହୁତ ପୁରୁଣା ପଥରଖଣ୍ଡ ରହିଛି, ଯାହାକି ଏକ ନଇଁଲା ଭଳି ଅବସ୍ଥାରେ ଆଉ ଏକ ପଥର ଉପରେ ରହିଛି । ଯେତେ ଝଡ଼, ବାତ୍ୟା ଆସିଲେ ବି ପଥରଟିକୁ ହଲାଇପାରିଲେନି । ୨୫ ଫୁଟ ଉଚ୍ଚର ଏହି ପଥରର କାହାଣୀ ଯେ ବି ଶୁଣୁଛି, ସେ ଆଶ୍ଚର୍ଯ୍ୟ ହେଉଛି । ଆସନ୍ତୁ ଜାଣିବା ଏହି ପଥର ବିଷୟରେ…

ପାଖାପାଖି ୧୧୦୦ ମିଟର ଉଚ୍ଚରେ ଥିବା ଏହି ଓଜନିଆ ସୁବର୍ଣ୍ଣ ପଥରକୁ ‘ଗୋଲଡେନ୍ ରକ୍’ କୁହାଯାଏ । ଲୋକମାନେ ଏହା ଉପରେ ସୁନାର ପତ୍ର ଲଗାଇଛନ୍ତି । ଏହି କାରଣରୁ ଏହାର ନାଁ ‘ଗୋଲଡେନ୍ ରକ୍’ ରଖାଯାଇଥିଲା ।

ଏହି ପଥର ଗଡ଼ାଣିଆ ଅବସ୍ଥାରେ ଆଉ ଏକ ପଥର ଉପରେ ରହିଛି । ଏହି ପଥରଟି ନା ନିଜ ସ୍ଥାନରୁ ହଲିଛି, ପା କେହି ଏହାକୁ ହଲାଇ ପାରିଛନ୍ତି । ଏହି ପଥରଟି ଏପରି ଅବସ୍ଥାରେ କେବେଠାରୁ ରହିଛି, ତାହା ଏକ ରହସ୍ୟ ହୋଇ ରହିଛି ।

କୁହାଯାଏ କି, ଏହି ପଥରଟି ଭଗବାନ ବୁଦ୍ଧଙ୍କ କେଶ ଉପରେ ଝୁଲି ରହିଛି । ଏକାଦଶ ଶତାବ୍ଦୀରେ ଜଣେ ବୌଦ୍ଧ ଭିକ୍ଷୁ ଏହାକୁ ଖାଲରେ ରଖିଥିଲେ । ସେବେଠାରୁ ପଥରଟି ନିଜ ସ୍ଥାନରୁ ହଲିନାହିଁ । ଆହୁରି ମଧ୍ୟ କୁହାଯାଉଛି କି, ମହିଳାମାନେ ଏହି ପଥରଟିକୁ ହଲାଇ ପାରିବେ । ଏହି କାରଣ ପାଇଁ ମହିଳାମାନଙ୍କୁ ଏହି ପଥର ଛୁଇଁବାକୁ ଅନୁମତି ନାହିଁ । ସେମାନଙ୍କୁ କେବଳ ଦୂରରୁ ହିଁ ଏହି ପଥରଟିକୁ ଦେଖିବାକୁ ଅନୁମତି ରହିଛି ।

Get real time updates directly on you device, subscribe now.