fbpx

ଓଡ଼ିଶା ବାସୀଙ୍କ ଔକାତ ନାହିଁ: ଏମିତି କହି ରାଜବୀରର ଜୀବନ ସହ ଖେଳୁଛନ୍ତି ରହସ୍ୟମୟୀ ମହିଳା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୯ ମାର୍ଚ୍ଚରେ ଇମପାକ୍ଟ ଗୁରୁ ଚଞ୍ଚକତା କରୁଥିବା ଆମେ ଖବର ପସାରଣ କରିଥିଲୁ । ଖବର ବାଜିବାର ମାତ୍ର କିଛି ସମୟ ପରେ ଏ ବ୍ୟକ୍ତି ଜଣଙ୍କ ଆରମ୍ଭ କରିଥିଲେ ନିଜର ଔଦ୍ଧତ୍ୟ କାରାନାମା । ଓଡ଼ିଶା ଭାସ୍କର ନାମରେ ମନଇଛା ଗାଳି ଗୁଲଜ କରିବା ସହ ଓଡ଼ିଶା ଲୋକଙ୍କ ଔକାତ ଉପରେ ଉଠାଇଥିଲେ ପ୍ରଶ୍ନ । ଏକ ମେସେଜରେ ସିଧାସିଧା କହିଛନ୍ତି ଓଡ଼ିଶାର ଔକାତ ନାହିଁ ଟଙ୍କା ଯୋଗାଡ଼ କରିବା ପାଇଁ । ଆଉ ଆମ ପ୍ରତିନିଧି ତାଙ୍କୁ ପରିଚୟ ମାଗିବାରୁ ଭୟଭୀତ ହୋଇଯାଇଥିଲେ । କେବଳ ଗୋଟିଏ ଉତ୍ତର ଦେଇଛନ୍ତି ମୁଁ ରାଜବିରର ସପୋର୍ଟର ।
ଏ ମେସେଜର ଦେଖନ୍ତୁ ବ୍ୟାକରଣକୁ ଦେଖିଲେ ଏ ଜଣେ ମହିଳା ତାହା ସ୍ପଷ୍ଟ ହୋଇଯାଉଛି । ଆମେ କହି ରଖୁଛୁ ଇଂରାଜୀ ଓ ହିନ୍ଦି ଭଲ ଭାବେ ଜାଣି ନଥିବା ପୂର୍ବ ପ୍ରେସମିଟରେ କହିଥିଲେ ଉଭୟ ତମଲିକା ଓ କୁଳମଣି ।

ଦେଖନ୍ତୁ ଏହି ସ୍କ୍ରିନସଟ୍କୁ ଯେଉଁଠି ସ୍ପଷ୍ଟ ରହିଛି କୁଳମଣି ୩ କୋଟି ୫୦ ଲକ୍ଷ ଟଙ୍କା ଇମପାକ୍ଟ ଗୁରୁକୁ ଟ୍ରାନ୍ସଫର କରିଛନ୍ତି । କହିରଖୁଛୁ ଯାହାକି ଓଡ଼ିଶାବାସୀ ହିଁ କ୍ୟାସ ଆକାରରେ ଦେଇଥିଲେ । ତେବେ ଏ ମହିଳା ଜଣଙ୍କ ଜାଣି ନାହାନ୍ତି ନା ଏ ମୂର୍ଖ ହେବାର ଅଭିନୟ କରୁଛନ୍ତି । ତେବେ କିଏ ଏହି ମହିଳା ଯିଏକି ରାଜବୀରର ଜୀବନ ସହିତ ଖେଳୁଛି ତାର ତଦନ୍ତ ହେବା ଦରକାର । ତେବେ କୁଳମଣିଙ୍କ ନା’ ନେଇ କିଏ ଏ ସମାଜସେବୀ ଯିଏ କି ଅନରଗଳ ହିନ୍ଦି ଇଂରାଜୀ ଚୋବାଉଛି? ଯିଏ କି ରାଜବିରକୁ ବାରମ୍ବାର ବିପଦକୁ ଠେଲି ଦେଉଛି?

Get real time updates directly on you device, subscribe now.