fbpx

କାହିଁକି ଲୁଣିଆ ଲାଗେ ସମୁଦ୍ରର ପାଣି, କାହାର ଅଭିଶାପ ପାଇବା ପରେ ନିଜର ମଧୁରତା ହରେଇଥିଲା ସମୁଦ୍ର ! ଜାଣନ୍ତୁ

Advertisement

ନୂଆଦିଲ୍ଲୀ: ପ୍ରତିବର୍ଷ ୫ ଏପ୍ରିଲ୍ କୁ ଭାରତରେ ଜାତୀୟ ସାମୁଦ୍ରିକ ଦିବସ ଭାବରେ ପାଳନ କରାଯାଏ। ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ବାଣିଜ୍ୟ ଏବଂ ବିଶ୍ୱ ଅର୍ଥନୀତିରେ ସମୁଦ୍ରର ଗୁରୁତ୍ୱକୁ ପ୍ରତିପାଦିତ କରିବା । କେବଳ ଏତିକି ନୁହେଁ ରହର ନିରାପଦ ତଥା ପରିବେଶ ଦୃଷ୍ଟିରୁ ସୁଦୃଢ କରିବା। ୧୯୧୯ ରେ ପ୍ରଥମ ଥର ପାଇଁ ଏପ୍ରିଲ ୫ରେ ସାମୁଦ୍ରିକ ଦିବସ ପାଳନ କରାଯାଇଥିଲା।

ଐତିହାସିକଙ୍କ ସୂଚନାଅନୁଯାୟୀ, କୁହାଯାଏ ସଭ୍ୟତା ସମୁଦ୍ର କୂଳରୁ ହିଁ ମୁଣ୍ଡ ଟେକିଥିଲା। ସମୁଦ୍ରର ଆରମ୍ଭ ଖ୍ରୀଷ୍ଟପୂର୍ବରେ ସିନ୍ଦୂ ଉପତ୍ୟକାର ଲୋକମାନେ ମେସୋପଟାମିଆ ସହିତ ସାମୁଦ୍ରିକ ବାଣିଜ୍ୟ ଆରମ୍ଭ ବୋଲି ବିଶ୍ୱାସ କରାଯାଏ। କିନ୍ତୁ ଧାର୍ମିକ ଦୃଷ୍ଟିକୋଣରୁ ସମୁଦ୍ର ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହିନ୍ଦୁ ଧାର୍ମିକ ଗ୍ରନ୍ଥଗୁଡ଼ିକରେ ଆଦିତ୍ୟଙ୍କ ପୁଅ ବରୁଣ ଦେବଙ୍କୁ ସମୁଦ୍ରର ଦେବତା କୁହାଯାଏ। ଗରୁଡ଼ ପୁରାଣ ଅନୁଯାୟୀ, ବରୁଣ ଦେବ ସମୁଦ୍ରର ସମସ୍ତ ମାର୍ଗ ବିଷୟରେ ଜାଣିଛନ୍ତି।

ହିନ୍ଦୁ ଧର୍ମରେ ସମୁଦ୍ର ସହ ଜଡିତ ଅନେକ ପୌରାଣିକ ତଥା ଲୋକପ୍ରିୟ କାହାଣୀରେ ଆମେ ସମୁଦ୍ର ବିଷୟରେ ଅନେକ କଥା ଶୁଣିଛନ୍ତି । ପୁରାଣ କାହାଣୀରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ସମୁଦ୍ରରେ ୭ ଟି ପାତାଳ ଅଛି । ଆଉ ଆମେ ସମସ୍ତେ ଜାଣୁ ଯେ ସମୁଦ୍ରର ଜଳ ଅତ୍ୟନ୍ତ ଲୁଣିଆ, ଯାହା ଆଦୌ ପାନୀୟ ନୁହେଁ। ତଥାପି, ଧାର୍ମିକ କିମ୍ବଦନ୍ତୀ ଅନୁଯାୟୀ, ଆରମ୍ଭରେ ସମୁଦ୍ର ଜଳ କ୍ଷୀର ପରି ଧଳା ଏବଂ ମଧୁର ଥିଲା । ସମୁଦ୍ର ସହ ଜଡିତ ଏକ କିମ୍ବଦନ୍ତୀରେ, କୁହାଯାଇଛି ଯେ ଅଭିଶାପ ହେତୁ ସମୁଦ୍ରର ଜଳ କିପରି ଲୁଣିଆ ହୋଇଗଲା ।

ସମୁଦ୍ର ଜଳର ଲୁଣିଆ ରହସ୍ୟ ସହିତ ଜଡିତ ଏକ ପୌରାଣିକ କାହାଣୀ ଅଛି ଯାହା ବହୁତ କାମ ଲୋକ ଜାଣନ୍ତି । ସମୁଦ୍ର ଜଳର ଲୁଣିଆ ପାଇଁ ଅନେକ ବୈଜ୍ଞାନିକ କାରଣ ଦିଆଯାଇଛି , କିନ୍ତୁ ଶିବ ମହାପୁରୁଣାଙ୍କ ଅନୁଯାୟୀ, ଏଥିରେ ସମୁଦ୍ର କୁ ମିଳିଥିବା ଅଭିଶାପ ବିଷୟରେ ବର୍ଣ୍ଣନା କରାଯାଇଛି । କିମ୍ବଦନ୍ତୀ କୁହେ ଭଗବାନ ଶିବଙ୍କୁ ତାଙ୍କ ସ୍ୱାମୀ ଭାବରେ ପାଇବା ପାଇଁ ହିମାଳୟର କନ୍ୟା ପାର୍ବତୀ କଠୋର ତପସ୍ୟା କରିଥିଲେ। ତାଙ୍କର ତପସ୍ୟାରେ ସମସ୍ତ ତିନୋଟି ଜଗତ ଭୟଭୀତ ହୋଇ ଏହି ସମସ୍ୟାର ସମାଧାନ ଖୋଜିବା ଆରମ୍ଭ କଲେ । ଆଉ ସେପଟେ ସମୁଦ୍ର ଦେବତା ପାର୍ବତୀ ରୂପରେ ଆକର୍ଷିତ ହୋଇଥିଲେ।

ପାର୍ବତୀଙ୍କ ତପସ୍ୟା ଶାନ୍ତ କରିବା ପାଇଁ ଏବଂ ତାଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ପାର୍ବତୀ ଶିବଙ୍କୁ ତାଙ୍କ ସ୍ୱାମୀ ବୋଲି ଭାବି ସାରିଥିଲେ। ଯେତେବେଳେ ପାର୍ବତୀ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ସେତେବେଳେ ସମୁଦ୍ର ଦେବତା ଭଗବାନ ଶିବଙ୍କ ପାଇଁ ଖରାପ କଥା କହିଥିଲେ। ସମୁଦ୍ର ଦେବ କ୍ରୋଧିତ ହୋଇ ପାର୍ବତୀଙ୍କୁ କହିଥିଲେ ଯେ, ମୁଁ ସମସ୍ତ ପ୍ରାଣୀମାନଙ୍କର ଶୋଷ ମେଣ୍ଟାଏ, ମୋର ବର୍ଣ୍ଣ ମଧ୍ୟ କ୍ଷୀର ପରି ଶ୍ୱେତ । ସେହି ବ୍ୟକ୍ତିଙ୍କ ଭିତରେ କ’ଣ ଅଛି ଯାହା ମୋ ଭିତରେ ନାହିଁ। ସବୁବେଳେ ଶରୀରରେ ପାଉଁଶ ଲଗେଇ ବୁଲୁଛନ୍ତି । ଯଦି ତୁମେ ମୋତେ ବିବାହ କରିବାକୁ ରାଜି ହେବ , ମୁଁ ତୁମକୁ ସମୁଦ୍ରର ରାଣୀ କରିବି ।

ଭଗବାନ ଶଙ୍କରଙ୍କ ବିଷୟରେ ଖରାପ ଶବ୍ଦ ଶୁଣିବା ପରେ ପାର୍ବତୀ ମଧ୍ୟ କ୍ରୋଧିତ ହେଲେ ଏବଂ ସେ ସମୁଦ୍ର ଦେବତାଙ୍କୁ ଅଭିଶାପ ଦେଲେ ଯେ କ୍ଷୀର ପରି ଧଳା ଏବଂ ମଧୁର ଜଳ ଆଜି ଲୁଣିଆ ହୋଇଯିବ, ଧାର୍ମିକ ବିଶ୍ୱାସ ଅନୁଯାୟୀ ପାର୍ବତୀଙ୍କାବ ଏହି ଅଭିଶାପ ପରେ ସମୁଦ୍ର ଜଳ ଲୁଣିଆ ହୋଇଗଲା ଏବଂ ସେହି ଦିନ ଠାରୁ ଏହା ଆଉ ପିଇବା ଯୋଗ୍ୟ ରହିଲା ନାହିଁ ।

Get real time updates directly on you device, subscribe now.