fbpx

ଦିବ୍ୟାଙ୍ଗ ଭଉଣୀ ସହ ବାପା-ମା’କୁ କୁରାଢୀରେ ହାଣିଲା ପୁଅ, ସକାଳେ ବିସ୍କୁଟ ଖାଇ ଖାଇ ପହଞ୍ଚିଲା ଥାନାରେ

ନୂଆଦିଲ୍ଲୀ: ରାଜସ୍ଥାନ ନାଗୌରରୁ ଏକ ଛାତି ଥରା ଖବର ସାମ୍ନାକୁ ଆସିଛି । ପୁଅ ବାପା-ମା ଓ ଦିବ୍ୟାଙ୍ଗ ଭଉଣୀକୁ କୁରାଢୀରେ ହାଣି ହତ୍ୟା କରିଛି । ମିଳିଥିବା ସୂଚନା ଅନୁସାରେ ଶୋଇଥିବା ସମୟରେ ଏହି ବ୍ୟକ୍ତି ସମସ୍ତଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଶନିବାର ରାତିରେ ୩ଜଣଙ୍କ ହତ୍ୟା କରିବା ପରେ ଅଭିଯୁକ୍ତ ପୁଅ ରାତିସାରା ଶବ ସହ ରହିଥିଲା । ଏହାପରେ ସକାଳେ ବିସ୍କୁଟ ଖାଇ ଖାଇ ଥାନାରେ ପହଞ୍ଚିଥିଲା ଓ ହତ୍ୟା କରିଥିବା କଥା କହିଥିଲା ।

ପୋଲିସ କହିବା ଅନୁଯାୟୀ ଅଭିଯୁକ୍ତ ମାନବେନ୍ଦ୍ର ସିଂହ କହିଛି ପାଦୁକଲାଂ ଅଞ୍ଚଳରେ ରହୁଥିବା ଗହଣା ବ୍ୟବସାୟୀ ଦିଲ୍ଲୀପ ସିଂହ(୪୫), ତାଙ୍କ ପତ୍ନୀ ରାଜେଶ କଅଁର(୪୨) ଓ କନ୍ୟା ପ୍ରିୟଙ୍କା(୧୫)ଙ୍କ ଉପରେ ଧାରୁଆ କୁରାଢୀରେ ଆକ୍ରମଣ କରିଥିଲା । ରବିବାର ସକାଳେ ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ସମସ୍ତ ମୃତଦେହ ଜବତ କରିଥିଲା । ସୂଚନା ଅନୁସାରେ ହତ୍ୟା କରିବା ପରେ ଅଭିଯୁକ୍ତ ପୁଅ ରାତିସାରା ସେହି ଘର ଭିତରେ ହିଁ ରହିଥିଲା ଓ ସକାଳେ ଥାନାରେ ପହଞ୍ଚିଥିଲା ।
ତିନି ଜଣଙ୍କୁ ହତ୍ୟା କରି ସାରିବା ପରେ ଅଭିଯୁକ୍ତ ମୋହିତ ରାତିସାରା ଶବ ସହ ରହିଥିଲା । ରବିବାର ସକାଳେ ଯେତେବେଳେ କ୍ଷୀର ବାଲା କ୍ଷୀର ଦେବାକୁ ଆସିଥିଲା ମୋହିତ ତାଙ୍କୁ କହିଥିଲା କି ଆଜି କ୍ଷୀର ରଖିବେନି କାରଣ ଘରୁ ସମସ୍ତେ ବାହାରକୁ ବୁଲି ଯାଇଛନ୍ତି । ଏହାପରେ ସେ ବିସ୍କୁଟ ଖାଇ ଖାଇ ଯାଇ ପାଦୁକଲାଂ ଥାନାରେ ପହଞ୍ଚିଥିଲା । ଥାନାରେ ପହଞ୍ଚି ସେ ପୋଲିସ ଆଗରେ ସବୁକଥା କହିଥିଲା ।

ପୋଲିସ ଏବେ ଅଭିଯୁକ୍ତ ମୋହିତକୁ ଅଧିକ ପଚରାଉଚୁରା କରୁଛି । ତା’ ମୋବାଇଲରୁ ସୁଇସାଇଡ୍ ବିଷୟରେ ସର୍ଚ୍ଚ କରିବାର ପ୍ରମାଣ ବି ମିଳୁଛି । ୩ ଜଣଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ରାତିରେ ଘରେ ତିଆରି ହୋଇଥିବା ଟ୍ୟାଙ୍କକୁ ଡେଇଁ ଆତ୍ମହତ୍ୟା ଚେଷ୍ଟା ବି କରିଥିଲା କିନ୍ତୁ ସଫଳ ହୋଇ ନ ଥିଲା । ତେବେ ଅଭିଯୁକ୍ତର ଏହି ହତ୍ୟାକାଣ୍ଡ ଲାଗି କୌଣସି ଅନୁତାପ ବି ନାହିଁ । ଅଭିଯୁକ୍ତ ମାନସିକ ସ୍ତରରେ ବିକୃତ ବୋଲି ପୋଲିସ କହିଛି ।

Get real time updates directly on you device, subscribe now.