fbpx

ଖୁବ୍ ଶୀଘ୍ର ହେବ ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ, ଚମକିବ ଏହି ରାଶିଙ୍କ ଭାଗ୍ୟ

ଓଡ଼ିଶା ଭାସ୍କର: ଶୁକ୍ର ଦେବଙ୍କୁ ଧନ, ଆକର୍ଷଣ, ପ୍ରେମ ଏବଂ ଐଶ୍ୱର୍ଯ୍ୟର କାରକ ବୋଲି ବିବେଚିତ କରାଯାଇଛି । ପ୍ରତି ମାସ ଶୁକ୍ର ରାଶି ପରିବର୍ତ୍ତନ କରିବା ସହ ନକ୍ଷତ୍ର ପରିବର୍ତ୍ତନ କରିଥାନ୍ତି । ବର୍ତ୍ତମାନ ଶୁକ୍ର ରୋହିଣୀ ନକ୍ଷତ୍ରରେ ଅଛନ୍ତି ଏବଂ ଜୁନ୍ ୭ ସକାଳ ୮ଟା ୨୫ ମିନିଟରେ ମୃଗଶିରା ନକ୍ଷତ୍ରରେ ପ୍ରବେଶ କରିବେ । ଜୁନ୍ ୧୮ ସକାଳ ୪ଟା ୫୧ ମିନିଟ ପର୍ଯ୍ୟନ୍ତ ଶୁକ୍ର ମୃଗଶିରା ନକ୍ଷତ୍ରରେ ରହିବେ । କହିବାକୁ ଗଲେ ଶୁକ୍ର କେବଳ ୧୧ ଦିନ ପାଇଁ ମୃଗଶିରା ନକ୍ଷତ୍ରରେ ରହିବେ କିନ୍ତୁ ଏହି ସମୟରେ ୪ଟି ରାଶିଙ୍କ ଭାଗ୍ୟୋଦୟ ହେବ । ଏହି ରାଶିର ବ୍ୟକ୍ତିଙ୍କୁ ଧନ ଲାଭ ସହ କ୍ୟାରିୟରରେ ମଧ୍ୟ ପ୍ରମୋସନ ମିଳିବାର ଯୋଗ ନିର୍ମାଣ ହେବ । ତେବେ ଆସନ୍ତୁ ଜାଣିବା ମୃଗଶିରା ନକ୍ଷତ୍ରରେ ଶୁକ୍ରଙ୍କ ପ୍ରବେଶ କେଉଁ ରାଶି ପାଇଁ ଲାଭବାନ ହେବ ।

୧. ବୃଷ ରାଶି: ବୃଷ ରାଶିଙ୍କ ଗ୍ରହ ସ୍ୱାମୀ ହେଉଛନ୍ତି ଶୁକ୍ର ଦେବ । ତେଣୁ ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶି ପାଇଁ ଶୁଭ ହେବ । କ୍ୟାରିୟର କ୍ଷେତ୍ରରେ ପ୍ରମୋସନର ସମ୍ଭାବନା ରହିଛି । ଆପଣଙ୍କ କାର୍ଯ୍ୟ ଦକ୍ଷତା ଉଚ୍ଚ ପଦାଧିକାରୀଙ୍କୁ ଇମ୍ପ୍ରେସ୍ କରିବ ଏବଂ ଦରମା ବୃଦ୍ଧି ହୋଇପାରେ । ଆୟରେ ବୃଦ୍ଧି ଯୋଗୁଁ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ । ଅବିବାହିତ ଲୋକଙ୍କ ପାଇଁ ଏହି ସମୟ ଅନୁକୂଳ ରହିବା ସହ ମାଙ୍ଗଳିକ କାର୍ଯ୍ୟର ସମ୍ଭାବନା ବୃଦ୍ଧି ପାଇବ ।

୨. ମିଥୁନ ରାଶି: ମିଥୁନ ରାଶିଙ୍କ ପାଇଁ ଶୁକ୍ରର ନକ୍ଷତ୍ର ପରିବର୍ତ୍ତନ ଅତ୍ୟନ୍ତ ଶୁଭ ରହିବ । ଏହି ସମୟରେ ମିଥୁନ ରାଶି ବ୍ୟକ୍ତିଙ୍କୁ ଧନ ଏବଂ ବୈଭବ ପ୍ରାପ୍ତି ସହ କ୍ୟାରିୟରରେ ଲାଭ ମିଳିବ । ତେଣୁ ବୃତ୍ତିଗତ ଜୀବନରେ ମନ ଧ୍ୟାନ ଦେଇ କାର୍ଯ୍ୟ କରନ୍ତୁ ପରିଶ୍ରମର ଫଳ ନିଶ୍ଚିତ ମିଳିବ । ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଏହି ସମୟ ଅନୁକୂଳ ରହିବ । ଅୟର ନୂତନ ସ୍ରୋତ ନିର୍ମାଣ ହେବ । ଅନ୍ୟମାନଙ୍କ ସହ ସମ୍ପର୍କ ସୁଦୃଢ଼ ହେବ ।

୩. କନ୍ୟା ରାଶି: ମୃଗଶିରା ନକ୍ଷତ୍ରରେ ଶୁକ୍ରଙ୍କ ପ୍ରବେଶ କନ୍ୟା ରାଶିଙ୍କ ପାଇଁ ସୌଭାଗ୍ୟର ବରଦାନ ନେଇ ଆସିବ । ଧନ ଲାଭ ସହ କ୍ୟାରିୟର କ୍ଷେତ୍ରରେ ମଧ୍ୟ ଉନ୍ନତି ହେବାର ଯୋଗ ସୃଷ୍ଟି ହେଉଛି । ଏହା ସହ କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ନଜରରେ ଆପଣଙ୍କ ଭଲ ଇମେଜ୍ ସୃଷ୍ଟି ହେବ । ବ୍ୟବସାୟରେ ବୃଦ୍ଧି ହେବ । ଏହି ସମୟରେ ସ୍ୱାସ୍ଥ୍ୟ ଭଲ ରହିବ ।

୪. କୁମ୍ଭ ରାଶି: ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ କୁମ୍ଭ ରାଶିଙ୍କ ପାଇଁ ଶୁଭ ରହିବ । ଭୌତିକ ସୁଖ ପ୍ରାପ୍ତ ହେବ । ବ୍ୟାପାରରେ ଲାଭ ମିଳିବା ସହ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପରିବାର ସଦସ୍ୟଙ୍କ ସହ ହସ ଖୁସିରେ ସମୟ ବିତିବ । ଚାକିରି କ୍ଷେତ୍ରରେ ମଧ୍ୟ ଶୁଭ ଫଳ ମିଳିବ ।

Get real time updates directly on you device, subscribe now.