fbpx

Namibia ର ରାଷ୍ଟ୍ରପତି ହେଜ ଜିଙ୍ଗୋବଙ୍କର ପରଲୋକ, କ୍ୟାନ୍ସର ରୋଗରେ ଥିଲେ ପୀଡିତ

ନୂଆଦିଲ୍ଲୀ: Namibia ର ରାଷ୍ଟ୍ରପତି ହେଜ ଜିଙ୍ଗୋବ ଆଜି ସକାଳେ ପ୍ରାଣ ତ୍ୟାଗ କରିଛନ୍ତି। Namibia ର ରାଷ୍ଟ୍ରପତି କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ସେ ୱିଣ୍ଡହୋକ ସ୍ଥିତ ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହେଜ ଜିଙ୍ଗୋବ ୮୨ ବର୍ଷ ବୟସରେ ବିଶ୍ୱକୁ ବିଦାୟ ଦେଇଛନ୍ତି। ଦ୍ୱିତୀୟ ଥର ପାଇଁ Namibia ର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବା ଜିଙ୍ଗୋବ ଗତ ମାସରେ ଜଣାଇଥିଲେ ଯେ ସେ କର୍କଟ ରୋଗରେ ପୀଡିତ ଅଛନ୍ତି ଏବଂ ଏହାର ଚିକିତ୍ସା ଚାଲିଛି।

କାର୍ଯ୍ୟକାରୀ ରାଷ୍ଟ୍ରପତି ନାଙ୍ଗୋଲୋ ମମ୍ବାମ୍ବା ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଦେହାନ୍ତ ଖବର ସୂଚନା ଦେଇଛନ୍ତି। ଦୁଃଖ ପ୍ରକାଶ କରି ସେ ଲେଖିଛନ୍ତି, ‘ମୁଁ ବହୁତ ଦୁଃଖର ସହ ସମସ୍ତଙ୍କୁ ଜଣାଉଛି ଯେ ନାମିବିଆର ରାଷ୍ଟ୍ରପତି ଆମର ପ୍ରିୟ ଡକ୍ଟର ହେଜ ଜିଙ୍ଗୋବଙ୍କର ଆଜି ଦେହାନ୍ତ ଘଟିଛି।’

Get real time updates directly on you device, subscribe now.