fbpx

୨ ଟଙ୍କା ମହଙ୍ଗା ହେଲା କ୍ଷୀର ଦର, ପ୍ରତି ପ୍ୟାକେଟରେ ୫୦ ML ରହିବ ଏକ୍ସଟ୍ରା ମିଲ୍କ

ନୂଆଦିଲ୍ଲୀ: ଲୋକଙ୍କ ପାଇଁ ଦୁଗ୍ଧ ଦର ମହଙ୍ଗା ହୋଇଯାଇଛି । କର୍ଣ୍ଣାଟକ ମିଲ୍କ ଫେଡେରେସନ ନନ୍ଦିନୀ ମିଲ୍କ ଦରରେ ପ୍ରତି ଲିଟର ପିଛା ୨ ଟଙ୍କା ବୃଦ୍ଧି ଘଟିଛି । ଏଥିସହ ଏକ ଭଲ ଖବର ମଧ୍ୟ ରହିଛି । ଯେଉଁଥିରେ ପ୍ରତି ପ୍ୟାକେଟରେ ୫୦ ମିଲିମିଟର ଅତିରିକ୍ତ କ୍ଷୀର ମିଳୁଛି । କ୍ଷୀର ଦର ବଢିବା ପରେ ଡବଲ ଟନ୍ କ୍ଷୀରର ମୂଲ୍ୟ ୧୦୫୦ ମିଲି ପାଇଁ ଲିଟର ପିଛା ୪୪ ଟଙ୍କା ବୃଦ୍ଧି ପାଇବ । ଯାହାକି ନନ୍ଦିନୀ ମିଲ୍କର ସମସ୍ତ ପ୍ରକାର ଦୁଗ୍ଧ ମଧ୍ୟରେ ଶସ୍ତା ଅଟେ ।

କର୍ଣ୍ଣାଟକରେ ବୁଧାବାର ଦିନ ୨୬ ଜୁନରୁ ନନ୍ଦିନୀ ମିଲ୍କ ପ୍ୟାକେଟରେ ଲିଟର ପିଛା ୨ ଟଙ୍କା ବଢାଯାଇଛି । ଏହି ବୃଦ୍ଧିକୁ ନେଇ ପ୍ରାଇସ ସହ କର୍ଣ୍ଣାଟକ ମିଲ୍କ ଫେଡେରେସନ ପ୍ରତି ପ୍ୟାକେଟରେ ୫୦ ଏମଏମ ଅଧିକ ଦୁଗ୍ଧ କ୍ଷୀର ଦେବା ପାଇଁ ଘୋଷଣା କରିଛି । ଏହିଭଳି ଏକ ଲିଟର କ୍ଷୀର ପ୍ୟାକେଟରେ ୧୦୫୦ ଏମଏଲ ଏବଂ ହାପ୍ ଲିଟର କ୍ଷୀର ପ୍ୟାକେଟରେ ୫୫୦ ଏମଏଲ ମିଲ୍କ ମିଳିବ ।

Get real time updates directly on you device, subscribe now.