fbpx

ପାକିସ୍ତାନକୁ ଶକ୍ତ ଧକ୍କା : ନସିମ ବିଶ୍ୱକପ୍ ଖେଳିବା ନେଇ ଆଶଙ୍କା

କରାଚୀ: ପାକିସ୍ତାନ କ୍ରିକେଟ ଦଳର ପ୍ରମୁଖ ପେସ୍‌ ବୋଲର ନସିମ ଶାହ ଆଗାମୀ ଦିନିକିଆ କ୍ରିକେଟ ବିଶ୍ୱକପ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । କାରଣ ସେ ଚଳିତ ଏସିଆ କପ ଖେଳିବା ଅବସରରେ ଆହତ ହୋଇଛନ୍ତି । ତାଙ୍କ କାନ୍ଧରେ ଗଭୀର ଆଘାତ ଲାଗିଛି । ତେଣୁ ଅକ୍ଟୋବର ୫ ତାରିଖରୁ ଅନୁଷ୍ଠିତ ହେବା ପାଇଁ ଯାଉଥିବା ବିଶ୍ୱକପ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ ପାକିସ୍ତାନ କ୍ରିକେଟ ଦଳର ମେଡିକାଲ ଟିମ ତାଙ୍କର ଅବସ୍ଥା ଉପରେ ନଜର ରଖିଛନ୍ତି । ବିଶ୍ୱକପ ଆଉ ଅଳ୍ପ ଦିନ ବାକି ଥିବାରୁ ଏତେ ଶୀଘ୍ର ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇ ପାରିବେ ବୋଲି ବିଶ୍ୱାସ କରା ଯାଉନି ।

କାରଣ ଆହତ କାରଣ ନେଇ ନସିମ ଏସିଆ କପର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବାରୁ ବଞ୍ôଚତ ହୋଇଛନ୍ତି । ତେଣୁ ମେଡିକାଲ ପ୍ୟାନେଲ ତାଙ୍କର ଚିକିତ୍ସା ଉପରେ ଅଧିକ ଗୁରୁତ୍ୱଦେଉଛନ୍ତି । ମାତ୍ର କେତେ ଦିନ ମଧ୍ୟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପୁଣି ପ୍ରତିଦ୍ୱନ୍ଦ୍ୱିତା ପୂର୍ଣ୍ଣ ମ୍ୟାଚ ଖେଳି ପାରିବେ ତାହା କହିବା ମୁସ୍କିଲ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ ସୂତ୍ରରୁ ଜଣା ପଡିଛି । ସୂଚନା ଯୋଗ୍ୟ ଯେ ପାକିସ୍ତାନ ଦଳର ଅନ୍ୟତମ ପେସ୍ ବୋଲର ହ୍ୟାରିସ ରୌଫ୍ ମଧ୍ୟ ଆହତ ହୋଇଥିବା କାରଣରୁ ଏସିଆ କପର ଶେଷ ପର୍ଯ୍ୟାୟ ମ୍ୟାଚ ଖେଳି ପାରି ନାହାନ୍ତି । ତେଣୁ ସେ ବିଶ୍ୱକପ ଖେଳିବା ପାଇଁ କେତେଦୂର ସମର୍ଥ ହୋଇ ପାରିବେ ,ତାହା ମଧ୍ୟ ଅନ୍ୟତମ ଚର୍ଚ୍ଚାର ବିଷୟ ହୋଇଛି । ତେବେ ନସିମଙ୍କର ଆହତ ସମସ୍ୟା ନେଇ ଇଂଲଣ୍ଡ ପଠାଯିବ । ସେଠାକାର ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ପାକିସ୍ତାନ କ୍ରିକେଟ ବୋର୍ଡ ପରବର୍ତ୍ତୀ ପଦକ୍ଷେପ ନେବ । ତେବେ ହ୍ୟାରିସ ରୌଫ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ବିଶ୍ୱକପ ଖେଳି ପାରିବେ ବୋଲି ପାକିସ୍ତାନ ବିଶ୍ୱାସ ରଖିଛି ।

Get real time updates directly on you device, subscribe now.