fbpx

ଭୁଲ୍ ସ୍ଥାନରେ ପାର୍କିଂ ଗାଡ଼ିର ଫଟୋ ପଠାଇଲେ ମିଳିବ ୫୦୦ ଟଙ୍କା, ମାଲିକ ଦେବ ଜୋରିମାନା: ନୀତିନ ଗଡ଼କରୀଙ୍କ ଘୋଷଣା

Advertisement

ନୂଆଦିଲ୍ଲୀ: ଭୁଲ ଭାବରେ ରାସ୍ତାରେ ପାର୍କିଂ ହୋଇଥିବା ଗାଡ଼ିର ଫଟୋ ପଠାଇଲେ ଏଣିକି ମିଳିବ ୫୦୦ ଟଙ୍କାର ପୁରସ୍କାର । ସରକାର ଖୁବଶୀଘ୍ର ଏପରି ଏକ ଆଇନ ଲାଗୁ କରିବାକୁ ଯାଉଛନ୍ତି । ଏହା ସହ ଭୁଲରେ ପାର୍କିଂ କରିଥିବା ଗାଡ଼ି ମାଲିକ ଉପରେ ବି ୧୦୦୦ ଟଙ୍କାର ଜୋରିମାନା ଲଗାଯିବ । ଏନେଇ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ବୁଧବାର ଦିନ ସୂଚନା ଦେଇଛନ୍ତି ।

ତେବେ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ନୀତିନ କହିଛନ୍ତି କି ରାସ୍ତା ଉପରେ ଭୁଲ ଭାବରେ ଗାଡ଼ି ରଖିବାର ଅଭ୍ୟାସକୁ ବଦଳାଇବା ପାଇଁ ଏକ ଆଇନ ଲାଗୁ କରିବା ଉପରେ ବିଚାର କରାଯାଉଛି ।

ତାଙ୍କ କହିବା ମୁତାବକ, ‘ମୁଁ ଏକ ଆଇନ ଲାଗୁ କରିବାକୁ ଯାଉଛି । ଯାହାଫଳରେ ରାସ୍ତା ଉପରେ ଭୁଲ ଭାବରେ ପାର୍କିଂ କରୁଥିବା ଲୋକଙ୍କ ଉପରେ ୧୦୦୦ ଟଙ୍କାର ଜୋରିମାନା ଲାଗିବ । ଏହା ସହ ଭୁଲ ଭାବରେ ଗାଡ଼ି ପାର୍କିଂର ଫଟୋ ପଠାଇଥିବା ଲୋକଙ୍କୁ ୫୦୦ ଟଙ୍କା ଉପହାର ଦିଆଯିବ ।’

Get real time updates directly on you device, subscribe now.