fbpx

ନବୀନ କହିଲେ ମନର କଥା: କେନ୍ଦ୍ର ବିରୋଧରେ କଡ଼ା ଆଭିମୁଖ୍ୟ

Advertisement

ଭୁବନେଶ୍ୱର, ୧୮ା୧୨ (ଓଡିଶା ଭାସ୍କର): ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବିଜେଡିର କାର୍ଯ୍ୟକାରିଣୀରେ ଯୋଗଦେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି । । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଯୁବପୀଢ଼ିଙ୍କୁ ମନର କଥା କହିବା ଅବସରରେ ଓଡ଼ିଶାର କଳା, ସଂସ୍କୃତି, ଗର୍ବ ଓ ଗୌରବମୟ ଇତିହାସ ସମ୍ପର୍କରେ ଅବତାରଣା କରିଛନ୍ତି ।

ବିଜେଡି ସୁପ୍ରିମୋ କହିଛନ୍ତି ଯେ, ଆଞ୍ଚଳିକ ଦଳ ଭାବେ ବିଜେଡି ସ୍ୱତନ୍ତ୍ର ଓଡ଼ିଶା ଗଠନରେ କାର୍ଯ୍ୟ କରୁଛି । ଏହି ଅବସରରେ ସୁପ୍ରିମୋ ଜାତୀୟ ଦଳକୁ ଟାର୍ଗେଟ କରିଥିଲେ । କେନ୍ଦ୍ରୀୟ ଦଳରେ ରାଜ୍ୟ ନେତାମାନଙ୍କର ଗୁରୁତ୍ୱ ନଥିବା ସେ କହିଥିଲେ । କେବଳ ଆଞ୍ଚଳିକ ଦଳ ହିଁ ଓଡ଼ିଶାବାସୀଙ୍କ ସ୍ୱପ୍ନ ପୂରଣ କରିପାରିବ । ନିର୍ବାଚନରେ ବିଜୟ ହାସଲ କରି କ୍ଷମତା ହାସଲ କରିବା ଜାତୀୟ ଦଳର ଲକ୍ଷ୍ୟ । ବିଜେଡିର ଦିଲ୍ଲୀ ଦରବାରରେ କେହି ବସ ନାହାନ୍ତି । ରାଜ୍ୟବାସୀଙ୍କ ବିକାଶ ହିଁ ଦଳର ବିକାଶ । ଦଳ ସାଲିସବିହୀନ ରାଜନୀତିରେ ବିଶ୍ୱାସ କରେ । ଦଳ ସର୍ବଦା ରାଜ୍ୟବାସୀଙ୍କ ପାଇଁ ଲଢ଼େଇ କରିଆସିଛି ବୋଲି ସେ ମତବ୍ୟକ୍ତ କରିଥିଲେ ।

ଓଡ଼ିଶାବାସୀଙ୍କୁ ରାଜ୍ୟର ବିକାଶ ଦିଗରେ କାର୍ଯ୍ୟ କରିବାକୁ ଦଳର ସଭାପତି ପରାମର୍ଶ ଦେଇଥିଲେ । ଓଡ଼ିଶା ଖଣିଜ ସମ୍ପଦରେ ଭରପୁର ହୋଇ ରହିଛି । ଓଡ଼ିଶାର ଖଣିଜ ସମ୍ପଦ ଓଡ଼ିଶାବାସୀ କେମିତି ପାଇବେ ଲଢ଼େଇ କରନ୍ତୁ । ଓଡ଼ିଶାବାସୀ ହେଉଛନ୍ତି ଆମର ବସ । ଓଡ଼ିଆ ଭାଷା, କଳା ଓ ସଂସ୍କୃତି ହେଉଛି ଆମ ପାଇଁ ଅନନ୍ୟ । ଆମ ପାଇଁ ଆମ ଭାଷା ଗୁରୁତ୍ୱପୂର୍ଣ୍ଣ । ଓଡ଼ିଆ ସଙ୍ଗୀତ ହିଁ ଆମର ଶାସ୍ତ୍ରୀୟ ସଙ୍ଗୀତ । ରାଜ୍ୟର ଆଦିବାସୀ ସଂସ୍କୃତି ହେଉଛି ଆମର ଶକ୍ତି । ଓଡ଼ିଆ ଭାଷାର ମହତ୍ତ୍ୱ ହିନ୍ଦୀଠାରୁ ବହୁତ ଅଧିକ ବୋଲି ଅଭିଭାଷଣରେ କହିଥିଲେ ।

ଜଗନ୍ନାଥ ମହାପ୍ରଭୁ ଓ ସଂସ୍କୃତି ପ୍ରତି ଓଡ଼ିଆଙ୍କର ଜୀବନଧାରା । ଓଡ଼ିଶାବାସୀଙ୍କର ଜୀବନରେଖା ମହାନଦୀ ପବିତ୍ର ଓଡ଼ିଶା ମାଟିକୁ ଧନ୍ୟ କରିଛି । ସମ୍ବଲପୁରୀ ଶାଢ଼ି ହେଉଛି ରାଜ୍ୟର ଗର୍ବ ଓ ପରିଚୟ । ଓଡ଼ିଶାର ବିକାଶ ପାଇଁ ଯୁବପୀଢ଼ି ଲଢ଼େଇ ଜାରି ରଖିବା ଆବଶ୍ୟକ ବୋଲି ସୁପ୍ରିମୋ କହିଥିଲେ ।

Get real time updates directly on you device, subscribe now.