fbpx

Breaking News; ଓଡ଼ିଶା ରାଜନୀତିରେ ନବୀନଙ୍କ ନୂଆ ରୂପ: ବିରୋଧୀ ଦଳର ନେତା ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ୨୦୨୪ ନିର୍ବାଚନ ସାରା ଓଡ଼ିଶାକୁ ନୂଆ ନୂଆ ଘଟଣା ଦେଖିବାକୁ ମିଳୁଛି । ଆଜି ଓଡ଼ିଶା ବିଧାନସଭା ପାଇଁ ବିରୋଧୀ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରେ ହୋଇଥିବା ବିଧାୟକ ଦଳ ବୈଠକରେ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳର ନେତା ଭାବରେ ଚୟନ କରାଯାଇଛି ।

ତେବେ ଓଡ଼ିଶାର ରାଜନୀତି ଇତିହାସରେ ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକ ବିରୋଧୀ ଦଳର ନେତା ଭାବରେ ବିଧାନସଭାକୁ ଯିବେ । ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିବା ନବୀନ ପଟ୍ଟନାୟକ ୨୦୨୪ ନିର୍ବାଚନ ଫଳାଫଳ ପରେ କେବଳ ଜଣେ ବିରୋଧୀ ଦଳର ନେତା ଦାୟିତ୍ୱରେ ରହିଛନ୍ତି । ତେବେ ନବୀନଙ୍କୁ ବିରୋଧୀ ଦଳର ନେତା ଭାବରେ ଚୟନ କରାଯାଇଥିବା ବେଳେ ପ୍ରସନ୍ନ ଆଚାର୍ଯ୍ୟ ଉପନେତା ଏବଂ ପ୍ରମିଳା ମଲ୍ଲିକଙ୍କୁ ଦଳର ମୁଖ୍ୟ ସଚେତକ ଭାବରେ ଦାୟିତ୍ୱ ପ୍ରଦାନ କରିବା ପାଇଁ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.