ରାଜ୍ୟ ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍,”ହଇଜାରେ ଲୋକ ମଲେଣି ସେପଟ ସରକାର ଉତ୍ସବ ପାଳୁଛନ୍ତି”

ବିଜେପି ସରକାରଙ୍କୁ ପରାମର୍ଶ ଦେଲେ ନବୀନ।

ଭୁବନେଶ୍ୱର:  ବିଜେପି ସରକାର ନିଜର ବର୍ଷେ ପୂର୍ତ୍ତି ଅବସରରେ ଉତ୍ସବ ପାଳୁଛନ୍ତି। ହେଲେ ଯେଉଁ ଲୋକ ତାଙ୍କୁ ଭୋଟ୍ ଦେଇ ସରକାରଙ୍କୁ ଆଣିଛନ୍ତି ସେହି ଲୋକ ସେପଟେ ହଇଜାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି କିନ୍ତୁ ସରକାରଙ୍କର ଏଥିପ୍ରତି ଟିକେ ହେଲେ ନିଘା ନାହିଁ।

ଏକଥା ଆମେ କହୁନାହୁଁ, ଏପରି କିଛି ନିଜ ସୋସିଆଲ ହ୍ୟାଣ୍ଡଲ ଏକ୍ସରେ ଟ୍ୱିଟ କରି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟରେ ବ୍ୟାପୁଥିବା ହଇଜା ପ୍ରସଙ୍ଗକୁ ନେଇ ବିଜେପି ସରକାରକୁ ଧୋଇଛନ୍ତି ନବୀନ।

ନବୀନ କହିଛନ୍ତି ଦୀର୍ଘବର୍ଷ ହେବ ଯେତେବେଳେ ବିଜେଡି ସରକାରରେ ଥିଲା ଏପରି ଅବସ୍ଥା ଦେଖିବାକୁ ମିଳିନଥିଲା। ହେଲେ ବିଜେପି ସରକାରକୁ ଆସୁ ଆସୁ ଲୋକ ହଇଜାରେ ମଲେଣି। ହେଲେ ସରକାରଙ୍କର ଏଥିପ୍ରତି ଟିକେ ହେଲେ ଚିନ୍ତା ନାହିଁ।

ଏହି ହଇଜାରେ ରାଜ୍ୟର ୧୪ ଜଣ ଲୋକ ମୃତ୍ୟୁବରଣ କଲେଣି। ଯାହାକି ମତେ ଅତ୍ୟନ୍ତ ବ୍ୟଥିତ କରୁଛି। ଗୋଟେ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଏହା ବ୍ୟାପିବାରେ ଲାଗିଛି।  ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀକୁ ବ୍ୟାପିଲାଣି। କଟକ କେନ୍ଦୁଝର ଜିଲ୍ଲାକୁ ମଧ୍ୟ ବ୍ୟାପିଲାଣି ହଇଜା।

ସରକାର ହଇଜାକୁ ହାଲକାରେ ନେଉଛନ୍ତି। ଏହା ସମସ୍ତଙ୍କୁ ବେଶ ଚକିତ ଏବଂ ବିଚଳିତ କରୁଛି। ଲୋକଙ୍କ ଜୀବନକୁ ବିପଦକୁ ନଠେଲି ସଜାଗ ହୁଅନ୍ତୁ।  ଏହାକୁ ରୋକିବାକୁ ତୁରନ୍ତ ଦୃଢ ପଦକ୍ଷେପ ନିଅନ୍ତୁ। ମୃତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।

ଲୋକଙ୍କ ଜୀବନକୁ ସଙ୍କଟରେ ପକାଇଲାଣି ହଇଜା। ଦୀର୍ଘ ବର୍ଷ ଧରି ଯାହା ଦେଖିବାକୁ ମିଳିନଥିଲା ତାହା ଏବେ ବିଭିନ୍ନ ଜିଲ୍ଲାର ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି। ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, କଟକ ଓ କେନ୍ଦୁଝର ଆଦି ଜିଲ୍ଲାରେ ହଇଜା ଭୟଙ୍କର ରୂପ ନେଉଥିବା ବେଳେ ଅନ୍ୟ ଜିଲ୍ଲାକୁ ମଧ୍ୟ ଏହା ବ୍ୟାପିବାକୁ ଲାଗିଲାଣି।

ବର୍ତ୍ତମାନ ସୁଦ୍ଧା ହଇଜାରେ ୧୪ ଜଣ ପ୍ରାଣ ହରାଇବା ମୋତେ ବ୍ୟଥିତ କରିଛି। ସେମାନଙ୍କ ପରିବାରବର୍ଗ ଓ ଆତ୍ମୀୟସ୍ଵଜନଙ୍କ ପ୍ରତି ମୋର ସମବେଦନା ଜଣାଉଛି। ଓଡ଼ିଶାରେ ହଇଜା ବ୍ୟାପୁଥିବା ବେଳେ ରାଜ୍ୟ ସରକାର ଏହାକୁ ହାଲକା ଭାବେ ନେବା ସମସ୍ତଙ୍କୁ ବେଶ୍ ଚକିତ ଓ ବିଚଳିତ କରୁଛି। ଲୋକଙ୍କ ଜୀବନକୁ ଆଉ ବିପଦକୁ ନ ଠେଲି ସରକାର ସଜାଗ ହୁଅନ୍ତୁ, ହଇଜାର ବ୍ୟାପକତାକୁ ରୋକିବା ପାଇଁ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ।