Breaking: ନକ୍ସଲଙ୍କ ବଡ଼ ପ୍ଲାନ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ

କୁମ୍ୱିଂ ଅପରେସନ୍ ସାରି ଫେରିବା ସମୟରେ ବଡ଼ ଧରଣର ଲ୍ୟାଣ୍ଡମାଇନ୍ ବିସ୍ଫୋରଣ। ଡ୍ରାଇଭର ସମେତ ୨ ଯାବନ ଆହତ।

ଛତିଶଗଡ଼: ମାଓବାଦୀଙ୍କ ବଡ଼ ଧରଣର ବିସ୍ଫୋରଣ। ଯବାନମାନଙ୍କୁ ଲକ୍ଷ୍ୟକରି ରାସ୍ତା ଉପରେ ଖଞ୍ଜି ଥିଲେ ଲ୍ୟାଣ୍ଡମାଇନ୍। ଏବଂ ଯବାନମାନଙ୍କ ଜୀବନ ନେବା ପାଇଁ ସବୁ ପ୍ରକାର ଚେଷ୍ଟା କରିସାରିଥିଲେ। ଏପରିକି NH-୬୩ ରାସ୍ତା ଦେଇ ଯବାନଙ୍କ ଗାଡ଼ି ଯିବା ସମୟରେ ହୋଇଥିଲା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ।

ହଁ ଗତକାଲି ଛତିଶଗଡ଼ ବିଜାପୁରରେ କୁମ୍ୱିଂ ଅପରେସନ୍ ସାରି ଫେରିବା ସମୟରେ ଯବାନଙ୍କ ଭ୍ୟାନ ଉପରେ ହୋଇଥିଲା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ। ଯେଉଁ ବିସ୍ଫୋରଣରେ ଭ୍ୟାନଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ, ୨ ଯବାନଙ୍କ ସମେତା ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି।

କହିବାକୁ ଗଲେ ନକ୍ସଲମାନଙ୍କ ଚାଲରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯବାନ। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କୁମ୍ୱିଂ ଅପରେସନ ସାରି ଫେରିବା ସମୟରେ ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା।

ବିସ୍ଫୋରଣରେ ପିକଅପ୍ ଡ୍ରାଇଭର ସମେତ ୨ ଯବାନ ଆହତ ହୋଇଛନ୍ତି। ବିସ୍ଫୋରଣରେ NH-୬୩ ନିକଟରେ ୫ ଫୁଟର ଗଭୀର ଗାତ ସୃଷ୍ଟି ହୋଇଛି।