fbpx

IND vs ENG: ତୃତୀୟ ମ୍ୟାଚ୍ ପୂର୍ବରୁ ଏୟାରପୋର୍ଟରେ ଏହି ଖେଳାଳିଙ୍କୁ ଅଟକାଇଲେ, ଜାଣନ୍ତୁ ପୁରା ମାମଲା

ନୂଆଦିଲ୍ଲୀ: ରାଜକୋଟରେ ଫେବୃଆରୀ ୧୫ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ୟ ଟେଷ୍ଟ ଖେଳାଯିବ । ସେଥିପାଇଁ ସୋମବାର ଇଂଲଣ୍ଡ ଦଳ ରାଜକୋଟ ପହଞ୍ଚିଛନ୍ତି । ଏଥିମଧ୍ୟରେ ଇଂଲଣ୍ଡ କ୍ରିକେଟର ରେହାନ ଅହମଦଙ୍କୁ ରାଜକୋଟ ଏୟାରପୋର୍ଟରେ ଅଟକ ରଖାଯାଇଥିଲା । କାରଣ ତାଙ୍କ ପାଖରେ କେବଳ ସିଙ୍ଗଲ ଏଣ୍ଟ୍ରି (ଏକକ ପ୍ରବେଶ)ଭିଜା ଥିଲା । ସିଙ୍ଗଲ ଏଣ୍ଟ୍ରି ଭିଜା ଥିଲେ ଭାରତ ବାହାରକୁ ଗଲେ ପୁନଃ ପ୍ରବେଶ ପାଇଁ ଅନୁମତି ନାହିଁ । ଏନେଇ ଇଂଲଣ୍ଡ କ୍ରିକେଟ ବୋର୍ଡ଼ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏହା ପରେ ରେହାନ ଅହମଦଙ୍କୁ ଜରୁରୀକାଳୀନ ଭିଜା ପ୍ରଦାନ କରାଯାଇଥିଲା ।

ସୂଚନାରୁ ପ୍ରକାଶ ଇଂଲଣ୍ଡ ଦଳ ବିଶାଖାପାଟଣାରେ ଦ୍ୱିତୀୟ ମ୍ୟାଚ୍ ଖେଳିବା ପରେ ଗୋଟିଏ ସପ୍ତାହ ପାଇଁ ଆବୁଧାବି ଯାଇଥିଲେ । ଏହା ପରେ ଫେବୃଆରୀ ୧୫ରେ ରାଜକୋଟରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ୩ୟ ମ୍ୟାଚ୍ ପାଇଁ ଇଂଲଣ୍ଡ ଦଳ ରାଜକୋଟ ଆସିଥିଲେ । ତେବେ ବିମାନବନ୍ଦରରେ ଇଂଲଣ୍ଡ କ୍ରିକେଟର ରେହାନ ଅହମଦଙ୍କୁ ଭିଜା ପାଇଁ ରେହାନ ଅହମଦଙ୍କୁ ଅଟକ ରଖାଯାଇଥିଲା । ଏଥିପାଇଁ ତାଙ୍କୁ ୨ ଘଣ୍ଟା ପାଇଁ ହଇରାଣ ହେବାକୁ ପଡ଼ିଥିଲା । ପରେ ତାଙ୍କୁ ଇଂଲଣ୍ଡର ଅନ୍ୟ ଖେଳାଳିଙ୍କ ସହ ହୋଟେଲରେ ରହଣି ପାଇଁ ଅନୁମତି ମିଳିଥିଲା । କିନ୍ତୁ ୨ ଦିନ ମଧ୍ୟରେ ଭିଜା ପ୍ରକ୍ରିୟା ଶେଷ କରିବା ପାଇଁ ପରାମର୍ଶ ଦିଆଯାଇଥିଲା ।

Get real time updates directly on you device, subscribe now.