fbpx

ଇଂଲଣ୍ଡରେ ଭାରତୀୟ କ୍ରିକେଟରଙ୍କ ପାଇଁ କଠୋର ହେଲା କ୍ୱାରେଣ୍ଟାଇନରେ କଟକଣା: ୩ ଦିନ ପର୍ଯ୍ୟନ୍ତ ପରସ୍ପର ମିଳାମିଶା କରି ପାରିବେ ନାହିଁ

Advertisement

ଲଣ୍ଡନ (ଓଡ଼ିଶା ଭାସ୍କର) : ସଂପ୍ରତି ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳ ପାଇଁ ଜାରି ହୋଇଛି କଡା କଟକଣା । ତିନିଦିନ ଅତି କଠୋର କ୍ୱାରେଣ୍ଟାଇନରେ ରହିବା ସହ କୌଣସି ଖେଳାଳି ସାଥୀ ଖେଳାଳିଙ୍କ ସହ ମିଳାମିଶା କରିବା ଉପରେ ଲାଗିଛି ରୋକ୍‌ । ଏହି ସମୟ ମଧ୍ୟରେ ସମସ୍ତଙ୍କର କରୋନା ପରୀକ୍ଷା ପରେ ଅଭ୍ୟାସ ପାଇଁ ଅନୁମତି ମିଳିବ । ଭାରତୀୟ ଦଳ ବର୍ତ୍ତମାନ ସାଉଥମ୍ପଟନ୍‌ରେ ରହିଛନ୍ତି । ଗୁରୁବାର ଦିନ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଇଂଲଣ୍ଡରେ ପହଞ୍ଚିବା ପରେ ଦୁଇ ଘଣ୍ଟା ବସ ଯୋଗେ ଯାତ୍ରା କରି ସାଉଥମ୍ପଟନ୍‌ରେ ପହଞ୍ଚିଥିଲେ।

ସୂଚନା ଯୋଗ୍ୟ ଯେ ଇଂଲଣ୍ଡ ଗସ୍ତର ଅବ୍ୟବହିତ ପୂର୍ବରୁ ଭାରତୀୟ ଦଳ ମୁମ୍ବାଇରେ ୧୪ ଦିନ କ୍ୱାରେଣ୍ଟାଇନରେ ରହିଥିଲେ। ଭାରତୀୟ ମହିଳା ଦଳ ଆସନ୍ତା ୧୬ରୁ ଇଂଲଣ୍ଡ ମହିଳା ଦଳ ବିରୋଧରେ ଟେଷ୍ଟ ମ୍ୟାଚ ଖେଳିବା ପରେ ଟି-୨୦ ଓ ଦିନିକିଆ ସିରିଜ ଖେଳିବା କାର୍ଯ୍ୟକ୍ରମ ରହିଛି । ସେହିରି ପୁରୁଷ ଦଳ ଆସନ୍ତା ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ବିରୋଧରେ ବିଶ୍ୱ ଟେଷ୍ଟ ଚାମ୍ପିଅନଶି୍‌ ଫାଇନାଲ ମ୍ୟାଚ ଖେଳିବା ପରେ ଅଗଷ୍ଟ ୪ରୁ ଇଂଲଣ୍ଡ ବିକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବେ ।

Get real time updates directly on you device, subscribe now.