fbpx

ପୁଣି ଇତିହାସ ରଚିବେ ନୀରଜ ଚୋପ୍ରା, ‘ୱାର୍ଲଡ ଆଥଲେଟ ଅଫ୍ ଦ ଇୟର’ ପାଇଁ ହେଲେ ନୋମିନେଟ

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କ ପାଇଁ ଚଳିତ ବର୍ଷ ଶୁଭଦାୟକ ରହିଛି । ୱାର୍ଲଡ ଆଥଲେଟ୍ ଚାମ୍ପିୟନସିପ୍ ଏବଂ ଏସିଆନ ଗେମ୍ସରେ ଗୋଲ୍ଡ ମେଡାଲ ଜିତିବା ପରେ ସେ ବର୍ତ୍ତମାନ ଅନ୍ୟ ଏକ କୀର୍ତ୍ତି ରଚିବାକୁ ପ୍ରସ୍ତୁତ ହେଉଛନ୍ତି । ନୀରଜ ଚୋପ୍ରାଙ୍କୁ ‘ୱାର୍ଲଡ ଆଥଲେଟ ଅଫ୍ ଦ ଇୟର’ ଆୱାର୍ଡ ୨୦୨୩ ପାଇଁ ନୋମିନେଟ କରାଯାଇଛି । ସାରା ଦୁନିଆରେ ୧୧ ଜଣ ଖେଳାଳିଙ୍କୁ ନୋମିନେଟ କରାଯାଇଛି । ତେବେ ଡିସେମ୍ବର ୧୧ ତାରିଖରେ ୱାର୍ଲଡ ଆଥଲେଟର ସୋସିଆଲ ମିଡିଆ ପ୍ଲାଟଫର୍ମ ବିଜେତାଙ୍କ ନାମ ଘୋଷଣା କରାଯାଇଛି ।

୨୫ ବର୍ଷୀୟ ନୀରଜ ଚୋପ୍ରା ୱାର୍ଲଡ ଆଥଲେଟିକ୍ସ ଚାମ୍ପିୟନସିପରେ ଗୋଲ୍ଡ ମେଡାଲ ଜିତିଥିବା ପ୍ରଥମ ଭାରତୀୟ ଖେଳାଳି ଅଟନ୍ତି । ନୀରଜ ଅଗଷ୍ଟରେ ହଙ୍ଗରୀର ବୁଡାପେଷ୍ଟରେ ଖେଳାଯାଇଥିବା ୱାର୍ଲଡ ଚାମ୍ପୟନସିପରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସେହିପରି ଚଳିତ ମାସରେ ୧୯ତମ ଏସିଆନ କ୍ରୀଡାରେ ମଧ୍ୟ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକକୁ ନିଜ ନାମରେ କରିଥିଲେ । ସେ ୮୮.୮୮ ମିଟର ଦୂରତାର କଭର କରି ଗୋଲ୍ଡ ମେଡାଲ ଜିତିଥିଲେ । ଗତ ଏସିଆନ କ୍ରୀଡ଼ାରେ ମଧ୍ୟ ନୀରଜ ଭାରତକୁ ସ୍ୱର୍ଣ୍ଣ ପଦକ ଆଣିଥିଲେ ।

ବିଶ୍ୱ ଆଥଲେଟିକ୍ସ ପରିଷଦ ଏବଂ ୱାର୍ଲ୍ଡ ଆଥଲେଟିକ୍ସ ପରିବାରମାନେ ଇମେଲ ମାଧ୍ୟମରେ ଭୋଟ୍ ଦେବେ ଏବଂ ପ୍ରଶଂସକମାନେ ୱାର୍ଲ୍ଡ ଆଥଲେଟିକ୍ସ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଅନଲାଇନରେ ଭୋଟ୍ କରିପାରିବେ। ପ୍ରତ୍ୟେକ ଖେଳାଳିଙ୍କ ପାଇଁ ବ୍ୟକ୍ତିଗତ ଗ୍ରାଫିକ୍ସ ଏହି ସପ୍ତାହରେ ଫେସବୁକ୍, ଏକ୍ସ, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ପୋଷ୍ଟ ହେବ। ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ X ରେ ଏକ ‘ଲାଇକ୍’ କିମ୍ବା ରିଟ୍ୱିଟ ଏକ ଭୋଟ୍ ଭାବରେ ଗଣାଯିବ।

Get real time updates directly on you device, subscribe now.