fbpx

NEET MDS 2024: ଆଜି ଠାରୁ ଆରମ୍ଭ ହେଉଛି ପଞ୍ଜିକରଣ ପ୍ରକ୍ରିୟା, ଜାଣନ୍ତୁ କାଉନସିଲିଂ ସମୟରେ କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ ?

Advertisement

ନୂଆଦିଲ୍ଲୀ: ଆଜି ଠାରୁ ମେଡିକାଲ କାଉନସିଲିଂ କମିଟି(MCC) ପକ୍ଷରୁ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ଫର୍ ମାଷ୍ଟର୍ସ ଅଫ୍ ଡେଣ୍ଟାଲ ସଜରୀ (NEET MDS) ୨୦୨୪ର କାଉନସିଲିଂ ପାଇଁ ରେଜିଷ୍ଟ୍ରସନ ପ୍ରକ୍ରିୟା ଆରମ୍ଭ ହେଉଛି । ଏହି ପରୀକ୍ଷା ପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଧିକାରିକ ୱେବସାଇଟ୍ mcc.nic.inକୁ ଯାଇ ପଞ୍ଜିକରଣ କରିପାରିବେ । ତେବେ ପଞ୍ଜିକରଣ କରିବାରେ ଅନ୍ତିମ ତିଥି ହେଉଛି ଜୁଲାଇ ୭ ।

ଅଫିସିଆଲ ନୋଟିଫିକେସନ୍ ଅନୁଯାୟୀ NEET MDS 2024ର କାଉନସିଲିଂ ୩ଟି ପର୍ଯ୍ୟାୟରେ ହେବ । ଜୁଲାଇ ୭ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ପ୍ରାର୍ଥୀ ଏହି ପରୀକ୍ଷା ପାଇଁ ପଞ୍ଜିକରଣ ଏବଂ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ଶୁଳ୍କ ପୈଠ କରିପାରିବେ । ଏହି ପରୀକ୍ଷା ପାଇଁ ସମ୍ପୂର୍ଣ୍ଣ ଶୁଳ୍କ ପୈଠ କରିଥିବା ପ୍ରାର୍ଥୀ କେବଳ ଚଏସ୍ ଫିଲିଙ୍ଗ ଏବଂ ସିଟ୍ ଆଲଟମେଣ୍ଟ ପାଇଁ ଯୋଗ୍ୟ ହେବେ । ତେବେ ଆସନ୍ତୁ ଜାଣିବା କାଉନସିଲିଂ ପାଇଁ କେଉଁ ସବୁ ଡକ୍ୟୁମେଣ୍ଟର ଆବଶ୍ୟକତା ରହିଛି ।

– NEET MDS 2024ର ସ୍କୋର କାର୍ଡ଼ ଏବଂ ଆଡମିଟ୍ କାର୍ଡ଼
– ଯୋଗ୍ୟତା ପରୀକ୍ଷା ପ୍ରମାଣ ପତ୍ର
– କଲେଜ ମାର୍କସିଟ୍‌
– ଡେଣ୍ଟାଲ କାଉନସିଲ ଦ୍ୱାରା ପ୍ରଦାନ କରାଯାଇଥିବା ପ୍ରୋଭିଜନାଲ ପ୍ରମାଣ ପତ୍ର
– ଇଣ୍ଟର୍ଣ୍ଣଶିପ୍ ଶେଷ କରିଥିବାର ପ୍ରମାଣପତ୍ର
– ଦଶମ ଶ୍ରୋଣୀ ମାର୍କସିଟ୍‌
– ଦ୍ୱାଦଶ ଶ୍ରେଣୀ ମାର୍କସିଟ୍‌
– ବୈଧ ସରକାରୀ ପରିଚୟ ପ୍ରମାଣ ପତ୍ର
– ଜାତି ପ୍ରମାଣ ପତ୍ର
– ବିକଳାଙ୍ଗତା ପ୍ରମାଣ ପତ୍ର(ଯଦି ଆବଶ୍ୟକ)

NEET MDS 2024 କାଉନସିଲିଂ ସିଡ୍ୟୁଲ ଅନୁଯାୟୀ ଜୁଲାଇ ୨ରୁ ୭ ପର୍ଯ୍ୟନ୍ତ ପ୍ରାର୍ଥୀ ରାତି ୧୧ଟା ୫୫ ମଧ୍ୟରେ ନିଜ ପସନ୍ଦର କଲେଜ ଏବଂ କୋର୍ସ ଚୟନ କରିପାରିବେ । ଜୁଲାଇ ୭ ତାରିଖ ଅପରାହ୍ନ ୪ଟାରୁ ରାତି ୧୧ଟା ୫୫ ପର୍ଯ୍ୟନ୍ତ ପ୍ରାର୍ଥୀ ନିଜ ପସନ୍ଦ ଲକ୍ କରି ଏହାକୁ ନିଶ୍ଚିତ କରିପାରିବେ । ତେବେ ଜୁଲାଇ ୮ରୁ ୯ ତାରିଖ ମଧ୍ୟରେ ସିଟ୍ ଆଲଟମେଣ୍ଟ ପ୍ରକ୍ର୍ରିୟା ନିର୍ଦ୍ଧାରିତ ହେବ । ପ୍ରାର୍ଥୀଙ୍କ ପସନ୍ଦ ଏବଂ ଯୋଗ୍ୟତା ଆଧାରରେ ସିଟ୍ ଆଲଟ୍ କରାଯିବ । ଜୁଲାଇ ୧୦ରେ ଏହାର ଫଳାଫଳା ପ୍ରକାଶ ପାଇବ । ଏହା ପରେ ସମସ୍ତ ପ୍ରାର୍ଥୀଙ୍କୁ ଜୁଲାଇ ୧୧ରୁ ୧୭ ମଧ୍ୟରେ ନିଜ ନିର୍ଦ୍ଧାରିତ କଲେଜରେ ରିପୋର୍ଟ କରିବାକୁ ହେବ ।

Get real time updates directly on you device, subscribe now.