fbpx

NEET-UGର ଫାଇନାଲ ମେରିଟ ଲିଷ୍ଟ ଜାରି, ୬୧ ପରିବର୍ତ୍ତେ ୧୭ ଟପର

ନୂଆଦିଲ୍ଲୀ: ନୀଟ-ୟୁଜି ୨୦୨୪ର ଫାଇନାଲ ମେରିଟ ଲିଷ୍ଟ ଜାରି ହୋଇସାରିଛି । ନୂଆ ତାଲିକାରେ ବର୍ତ୍ତମାନ ୧୭ଜଣ ଟପର, ଏହା ପୂର୍ବରୁ ୬୧ ଜଣ ଟପର ଥିଲେ । ଏହି ୧୭ଜଣ ପରୀକ୍ଷାର୍ଥୀଙ୍କର ଶତପ୍ରତିଶତ ନମ୍ବର ଆସିଛି, ଅର୍ଥାତ ୭୨୦ରୁ ୭୨୦ ନମ୍ବର ଆସିଛି । ଏଥିସହ ଦୁଇଶହରୁ ଅଢେଇ ହଜାର ପର୍ଯ୍ୟନ୍ତ ରାଙ୍କରେ ଅଦଳବଦଳ ହୋଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗୁରୁବାର ଦିନ ନୀଟ-ୟୁଜି ପରୀକ୍ଷାର ରିଭାଇଜଡ ରେଜଲ୍ଟ ଘୋଷଣା କରାଯାଇଥିଲା । ଏହି ପରୀକ୍ଷାରେ ୨୪ ଲକ୍ଷରୁ ଅଧିକ ଛାତ୍ର ସାମିଲ ହୋଇଥିଲେ ।

୧୭ଜଣ ଟପରଙ୍କ ମଧ୍ୟରେ ଦିଲ୍ଲୀରେ ରହୁଥିବା ମୃଦୂଳ ମାନ୍ୟା ଆନନ୍ଦ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଫାଇନାଲ ମେରିଟ ଲିଷ୍ଟରେ ରାଜସ୍ଥାନର ଛାତ୍ରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି । ଏଠାରେ ୧୭ଜଣଙ୍କ ମଧ୍ୟରେ ୪ଜଣ ଛାତ୍ର ନିଜର ସ୍ଥାନ ବଜାୟ ରଖିଛନ୍ତି । ୧୭ଜଣଙ୍କ ମଧ୍ୟରୁ ଦିଲ୍ଲୀର ୨, ଉତ୍ତରପ୍ରଦେଶର ୨, ବିହାରର ଜଣେ, ପଞ୍ଜାବର ଜଣେ, ପଶ୍ଚିମବଙ୍ଗର ଜଣେ, ମହାରାଷ୍ଟ୍ରର ୩ଜଣ, ତାମିଲନାଡୁର ଜଣେ, କେରଳର ୧, ଏବଂ ଚଣ୍ଡିଗଡ଼ର ଜଣେ ଛାତ୍ର ଜଣେ ସାମିଲ ଅଛନ୍ତି ।

Get real time updates directly on you device, subscribe now.