fbpx

‘ୟେ କପୁର ସାହବ କୋ ସମର୍ପିତ ହେ, ଆପକୀ ମନୋକାମନା ପୂରୀ ହୁଇ’: ରଣବୀରଙ୍କ ମ୍ୟାରେଜ୍ ଅବସରରେ ଋଷିଙ୍କୁ ମନେପକାଇଲେ ନୀତୁ

ନୂଆଦିଲ୍ଲୀ: ବଲିଉଡର ହଟ୍ କପଲ ରଣବୀର କପୁର ଓ ଆଲିଆ ଭଟ୍ଟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ଏହି ମ୍ୟାରେଜ ପାର୍ଟିରେ କିଛି ଅଭାବ ରହିଥିବା ସମସ୍ତେ ଅନୁଭବ କରିଥିଲେ । ରଣବୀରଙ୍କ ସ୍ୱର୍ଗତ ପିତା ଋଷି କପୁରଙ୍କ ଅନୁପସ୍ଥିତି ସତେ ଯେମିତି ସବୁ ଖୁସି ଭିତରେ ଗୋଟିଏ ଦୁଃଖ ହିଁ ରହିଯାଇଥିଲା । ଋଷିଙ୍କୁ ନେଇ ରଣବୀରଙ୍କ ମା’ ନୀତି କପୁର ସୋସିଆଲ ମିଡ଼ିଆରେ ଏକ ଭାବପ୍ରବଣଭରା ପୋଷ୍ଟ ଶେୟାର କରିଛନ୍ତି ।

ନୀତୁ ତାଙ୍କର ପତି ଋଷିଙ୍କୁ ଏତେ ଭଲ ପାଉଥିଲେ ହେଁ ନିଜ ପୁଅର ବିବାହ ସମୟରେ ଏକ ଖୁସି ମୁହୂର୍ତ୍ତରେ ମଧ୍ୟ ସେ ନିଜର ଅତୀତକୁ ମନେପକାଇଛନ୍ତି । ଏନେଇ ନୀତୁ ଇନଷ୍ଟାଗ୍ରାମରେ ନିଜ ପୁତ୍ର ରଣବୀରଙ୍କ ସହ ଏକ ଇମୋସନାଲ ପୋଷ୍ଟ ଶେୟାର କରିଛନ୍ତି । ଉକ୍ତ ଫଟୋରେ ମା’ ଓ ପୁଅ ଦୁହେଁ ଖୁସି ଥିବା ଦେଖାଯାଇଥିଳା । ନୀତୁ ନିଜର ପୁଅର କାନ୍ଧ ଉପରେ ହାତ ରଖିଥିଲେ । ଏହି ଫଟୋ ଶେୟାର କରିବା ସମୟରେ ନୀତୁ ଲେଖିଥିଲେ- ‘ୟେ କପୁର ସାହବ କୋ ସମର୍ପିତ ହେ, ଆପକୀ ମନୋକାମନା ପୂରୀ ହୁଇ ।’

ସୂଚନାଯୋଗ୍ୟ ଯେ, ଗତ ୨୦୨୦ ମସିହା ଏପ୍ରିଲ ୩୦ ତାରିଖରେ ଋଷିଙ୍କର ଦେହାନ୍ତ ହୋଇଥିଲା । ଋଷି ନ୍ୟୁୟର୍କରେ ଚିକିତ୍ସିତ ହେବା ସମୟରେ ନୀତୁ ତାଙ୍କ ପାଖରେ ରହି ଦେଖାଶୁଣା କରୁଥିଲେ । ରଣବୀର ଫିଲ୍ମ ଶୁଟିଂରୁ ସମୟ କାଢ଼ି ତାଙ୍କ ପିତାଙ୍କୁ ସାକ୍ଷାତ କରୁଥିଲେ । ରଣବୀରଙ୍କ ପତ୍ନୀ ଆଲିଆ ମଧ୍ୟ ଋଷିଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ନ୍ୟୁୟର୍କ ଗସ୍ତ କରିଥିଲେ ।

Get real time updates directly on you device, subscribe now.