ନେହା କକ୍କରଙ୍କ ବଡ ବୟାନ୍, କହିଲେ-‘ମୁଁ ନମ୍ବର ୱାନ ବୋଲି ଲୋକେ ଇର୍ଷା କରୁଛନ୍ତି’

ବଲିଉଡର ମସହୂର ଗାୟିକା ନେହା କକ୍କର ସବୁବେଳେ କିଛି ନା କିଛି ବିଷୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି । ତାଙ୍କ ଗୀତ ଲୋକମାନଙ୍କୁ ଝୁମିବାରେ ବାଧ୍ୟ କରାଇଥାଏ । ନିକଟରେ ନେହାଙ୍କ ନୂଆ ଗୀତ ରିଲିଜ ହୋଇଛି, ଯାହାକୁ ସେ ନିଜ ଭାଇର ଟୋନି କକ୍କରଙ୍କ ସହ ଗାଇଛନ୍ତି । ‘ଭେଗୀ ଭେଗୀ’ ଗୀତ ରିଲିଜ୍ ହେବା ପରେ ପରେ ନେହାଙ୍କୁ ସମାଲୋଚନାର ଶିକାର ହୋବାକୁ ପଡିଛି ।

ଏକ ସାକ୍ଷାତକାରରେ ଏନେଇ ନେହା ଏକ ବଡ ବୟାନ ଦେଇ କହିଛନ୍ତି ଯେ, ମୋତେ ଖରାପ ଲାଗେ । କିନ୍ତୁ ଖରାପ ଅନୁଭବ କରିବା ମୁଁ ପଛରେ ଛାଡି ଦେଇଆସିଛି । ଯେଉଁଲୋକମାନେ ମେ ବିଷୟରେ ଖରାପ ଲେଖୁଛନ୍ତି, ସେମାନେ ମୋତେ ନେଇ ଇର୍ଷା କରୁଛନ୍ତି । ନମ୍ବର ୱାନ୍ ଲୋକଙ୍କ ବିଷୟରେ ସର୍ବଦା ଲୋକମାନେ ଲେଖିବେ । ମୋତେ ଲାଗୁଛି ମୁଁ ନମ୍ବର ୱାନ୍, ଯେଉଁଥିପାଇଁ ଲୋକମାନେ ମୋ ବିଷୟରେ ଆଲୋଚନା କରୁଛନ୍ତି ଓ ଜଳୁଛନ୍ତି ।’