fbpx

ହଟିଲା ନେହେରୁଙ୍କ ନାମ, ନୂତନ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଉଦଘାଟନ କଲେ ପିଏମ ମୋଦୀ

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଜୀବନି ଏବଂ ଯୋଗଦାନ ଉପରେ ଆଧାରିତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଉଦଘାଟନ କରିଛନ୍ତି। ମୋଦୀ ଗୁରୁବାର ପୂର୍ବାହ୍ନ ୧୧ଟାରେ ତିନି ମୂର୍ତ୍ତି ଭବନରେ ନେହେରୁ ସ୍ମାରକ ଏବଂ ସଂଗ୍ରହାଳୟ ପହଞ୍ଚିଥିଲେ। ଏଠାରେ ସଂଗ୍ରହାଳୟର ଭ୍ରମଣ କରିବା ପରେ ଏହାର ଉଦଘାଟନ କରିଛନ୍ତି। ଏପରିକି ପ୍ରଥମ ଟିକେଟ୍ ମଧ୍ୟ କିଣିଛନ୍ତି। ଏହି ସଂଗ୍ରହାଳୟ ପୂର୍ବରୁ ନେହେରୁ ମେମୋରିଆଲ ନାମରେ ନାମିତ ଥିଲା।

ସମ୍ବିଧାନର ରଚୟିତା ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ସଂଗ୍ରହାଳୟର ଉଦଘାଟନ କରାଯାଇଛି। ଏହି ଅବସରରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏମଜେ ଆକବର ମଧ୍ୟ ଉପସ୍ଥିତ ଥିଲେ। ଆଜାଦିର ଅମୃତ ମହୋତ୍ସବ ଉତ୍ସବ ସମୟରେ ଆରମ୍ଭ ହୋଇଥିବା ଏହି ସଂଗ୍ରହାଳୟରେ ଦେଶର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଜୀବନି ଏବଂ ଯୋଗଦାନ ଉଲ୍ଲେଖ ରହିଛି। ପ୍ରଥମେ ଏହି ସଂଗ୍ରହାଳୟ ନେହେରୁ ମେମୋରିୟାଲ ନାମରେ ପରିଚିତ ଥିଲା।

 

 

ଏହି ସଂଗ୍ରହାଳୟରେ ଦୁଇଟି ବ୍ଲକ ରହିଛି। ଦୁଇଟି ବ୍ଲକର ମୋଟ୍ କ୍ଷେତ୍ରଫଳ ୧୫ ହଜାର ୬୦୦ ବର୍ଗ ମିଟରରୁ ଅଧିକ ରହିଛି। ସଂଗ୍ରହାଳୟ ଭବନର ଡିଜାଇନ ଉନ୍ନତି ମାର୍ଗରେ ବଢୁଥିବା ଭାରତର କାହାଣୀ ଉପରେ ପ୍ରେରିତ। ଡିଜାଇନରେ ଦୀର୍ଘକାଳୀନ ଏବଂ ଉର୍ଜା ସଂରକ୍ଷଣ ସଂପର୍କିତ ଜ୍ଞାନ କୌଶଳକୁ ସାମିଲ୍ କରାଯାଇଛି।

ସଂଗ୍ରହାଳୟ ପାଇଁ ସମସ୍ତ ତଥ୍ୟ ଏବଂ ସୂଚନାକୁ ପ୍ରସାର ଭାରତୀ, ଦୂରଦର୍ଶନ, ଫିଲ୍ମ ପ୍ରଭାଗ, ସଂସଦ ଟିଭି, ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ବିଦେଶୀ ମିଡିଆ ସଂଗଠନ, ବିଦେଶୀ ସମାଚାର ଏଜେନ୍ସି ଆଦି ସଂସ୍ଥାର ସଂସାଧନ/ସଂଗ୍ରାହକ ଏକତ୍ର କରିଛନ୍ତି। ଏଠାରେ ପର‌୍ୟ୍ୟଟକଙ୍କ ପାଇଁ ଫଟୋ ଉଠାଇବାର ବ୍ୟବସ୍ଥା ମଧ୍ୟ ରହିଛି।

Get real time updates directly on you device, subscribe now.