fbpx

ଭୟଙ୍କର ଦୁର୍ଘଟଣା; ଉଡାଣ ଭରିବା ସମୟରେ ଜଳିଗଲା ବିମାନ, ଯାତ୍ରା କରୁଥିଲେ ୧୯ ଜଣ

ନୂଆଦିଲ୍ଲୀ: ନେପାଳରେ ଏକ ବଡ଼ ଦୁର୍ଘଟଣା ଘଟିଛି । ନେପାଳର ରାଜଧାନୀ କାଠମାଣ୍ଡୁରେ ଏକ ବିମାନ କ୍ରାସ ହୋଇଥିବା ଜଣାପଡିଛି । କୁହାଯାଉଛି ଯେ, ସୂର୍ଯ୍ୟ ଏୟାରଲାଇନ୍ସର ଏହି ବିମାନରେ ୧୯ଜଣ ଲୋକେ ଯାତ୍ରା କରୁଥିଲେ । ତ୍ରିଭୂବନ ଇଣ୍ଟରନେସନାଲ ଏୟାରପୋର୍ଟରେ ଉଡାଣ ଭରିବା ସମୟରେ ଏହି ବିମାନ ଦୁର୍ଘଟଣାର ଶିକାର ହୋଇଥିଲା ଏବଂ ଏଥିରେ ଭୟଙ୍କର ନିଆଁ ଲାଗିଯାଇଛି । ଆଜି ସକାଳ ୧୧ଟାରେ ଏହି ଘଟଣା ଘଟିଛି ।

ଉଦ୍ଧାରକାରୀ ଟୀମ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହି ପ୍ଲେନ କ୍ରାସରେ ମୃତ୍ୟୁର ଆଶଂକା ରହିଛି । ଏହି ବିମାନ କାଠମାଣ୍ଡୁରୁ ପୋଖରା ପାଇଁ ଉଡାଣ ଭରୁଥିଲା । ସେହି ସମୟରେ ବିମାନ କ୍ରାସ ହେବାପରେ ବିମାନରେ ଭୟଙ୍କର ନିଆଁ ଲାଗିଯାଇଛି । ସୂଚନାନୁଯାୟୀ, ନେପାଳ ସରକାର ରିଲିଫ ଏବଂ ଉଦ୍ଧାର ପାଇଁ ସେନାର ଯବାନଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି । ଯେଉଁଭଳି ନିଆଁ ଲାଗିଛି ମୃତ୍ୟୁ ସଂଖ୍ୟା ଅଧିକ ବୋଲି ଆଂଶଙ୍କା କରାଯାଉଛି ।

Get real time updates directly on you device, subscribe now.