ବଜେଟକୁ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ: ଆସିପାରେ ବଡ ପରିବର୍ତ୍ତନ

ଭୁବନେଶ୍ୱର: ଚଳିତ ବର୍ଷର ଆର୍ଥିକ ବଜେଟକୁ ନେଇ ପ୍ରତିକ୍ରିୟା ରକିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଏହି ବଜେଟକୁ ସ୍ୱାଗତ ଜଣାଇଛନ୍ତି ନବୀନ । କିନ୍ତୁ କିଛିଟା ପ୍ରସ୍ତାପକୁ ନେଇ ନବୀନ ଅସନ୍ତୋଷ ଜାହିର କରିଛନ୍ତି । ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଭିତ୍ତିଭୂମି ଉପରେ ଗୁରୁତ୍ୱ ଏକ ସକରାତ୍ମକ ପ୍ରଭାବ ପକାଇବ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ବ୍ୟତୀତ କରୋନାର ଭୟାବହତା ମଧ୍ୟରେ ସ୍ୱାସ୍ଥ୍ୟ ଏବଂ ଶିକ୍ଷାର ବିକାଶ ମଧ୍ୟ ଖୁବ ସହାୟକ ହେବ । ବିଭିନ୍ନ କ୍ଷେତ୍ରରେ ଯଥା: କୃଷି, କୃଷକ କଲ୍ୟାଣ, ଗ୍ରାମାଞ୍ଚଳର ବିକାଶ ସହିତ ମହିଳା ଏବଂ ଶିଶୁ ବିକାଶ କଲ୍ୟାଣ ଯୋଜନାରେ କ୍ଷେତ୍ର ଆବଣ୍ଟନ ସାମାନ୍ୟ ହ୍ରାସ ପାଇଛି । ଯାହା ଅଭିବୃଦ୍ଧିରେ ମଧ୍ୟ ପ୍ରଭାବ ପକାଇପାରେ ।
ପୂର୍ବରୁ ଏଫସିଆଇ ଦ୍ୱାରା ଧାନକିଣାରେ ସ୍ଥାନାନ୍ତର ଭଳି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ରହିଛି । ଏହା ଉପରେ ଘୠଝଇ ଅଧୀନରେ ଫୁଡ ସବସିଡି ହ୍ରାସ କୃଷକମାନଙ୍କୁ ଅଧିକ ଅସୁବିଧାରେ ପକାଇପାରେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ଏହାର ପୁନର୍ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।
ତେବେ ଦରଦାମ ବୃଦ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଦରଦାମ ବୃଦ୍ଧି ମଧ୍ୟବିତ୍ତ ଏବଂ ଗରିବ ଶ୍ରେଣୀର ଲୋକମାନଙ୍କୁ ଅନେକ ମାତ୍ରାରେ ପ୍ରଭାବିତ କରିଛି । ଏହା ସତ୍ତେ୍ୱ ବଜେଟରେ ଦରଦାମକୁ ନେଇ କୌଣସି ପ୍ରସ୍ତାବ ଲାଗୁ ହୋଇନାହିଁ । ଏଥିସହ ଓଡିଶାର ଆଦିବାସୀ ଏବଂ ଗରିବ ଶ୍ରେଣୀର ଲୋକମାନଙ୍କ ପ୍ରତି ହେଉଥିବା ଅନ୍ୟାୟକୁ କେନ୍ଦ୍ର ହୃଦୟଙ୍ଗମ କରି ବଜେଟରେ ସାମାନ୍ୟ ସଂଶୋଧନ କରିବା ନେଇ ଆଶାବାଦୀ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।