ଭୁବନେଶ୍ୱର: OPSC ଓ OSSCରେ ନୂତନ ସଦସ୍ୟ ନିଯୁକ୍ତ କଲେ ସରକାର। ପ୍ରଫେସର ଡ. ମିହିର ପ୍ରସାଦ ମିଶ୍ର ହେଲେ OPSCର ନୂଆ ସଦସ୍ୟ ଭାବେ ନିଯୁକ୍ତ କଲେ ରାଜ୍ୟ ସରକାର। ପୁରୀ SCS କଲେଜର ଅଧ୍ୟକ୍ଷ ଅଛନ୍ତି ମିହିର ପ୍ରସାଦ ମିଶ୍ର ।
IAS ଉଦୟ ନାରାୟଣ ଦାସ ହେଲେ OPSCର ଅନ୍ୟତମ ସଦସ୍ୟ। IAS ଉଦୟ ନାରାୟଣ ଜନଗଣନା ନିର୍ଦ୍ଦେଶକ ଅଛନ୍ତି।
ଦୁଇ ସଦସ୍ୟଙ୍କୁ ୬ ବର୍ଷ ପାଇଁ ନିଯୁକ୍ତି ଦେଲେ ମୋହନ ସରକାର। OSSCର ସଦସ୍ୟ ହେଲେ ଡ. ଶ୍ରୁତି ଦାସ।
ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରଫେସର ଡ. ଶ୍ରୁତି ଦାସ । ଅବସରପ୍ରାପ୍ତ IAS ସୁଧାକର ବୁର୍ଗି ଅନ୍ୟତମ ସଦସ୍ୟ ଭାବେ ନିଯୁକ୍ତ। OSSCର ଦୁଇ ସଦସ୍ୟଙ୍କ କାର୍ଯ୍ୟକାଳ ୫ ବର୍ଷ ରହିବ।