fbpx

T-20କୁ ନେଇ ICCର ନୂଆ ନିୟମ: ଏହି ନିୟମ ନ ମାନିଲେ ଜଣେ ଫିଲ୍ଡର ହଟିବେ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଟି-୨୦କୁ ନେଇ ଏକ ନୂଆ ନିୟମ ପ୍ରଣୟନ କରାଯାଇଛି । ଏଣିକି ସ୍ଲୋ ଓଭର ରେଟ ପାଇଁ ଦଣ୍ଡବିଧାନ କରାଯିବ । ନିର୍ଦ୍ଧାରିତ ସମୟ ମଧ୍ୟରେ ଓଭର ସମାପ୍ତ କରି ନ ପାରିଲେ ଦଳକୁ ବହୁତ କ୍ଷତି ସହିବାକୁ ପଡ଼ିବ । ଏପରି ସ୍ଥିତିରେ ୩୦ ଗଜ ସର୍କଲ ବାହାରେ ରହୁଥିବା ଫିଲ୍ଡରଙ୍କ ମଧ୍ୟରୁ ଜଣକୁ ହ୍ରାସ କରିବାକୁ ପଡ଼ିବ । ଚଳିତ ମାସରେ ଏହି ନିୟମ ଲାଗୁ ହେବାକୁ ଯାଉଛି । ଆଇସିସି ପକ୍ଷରୁ ଜାରି କରାଯାଇଥିବା ଏହି ନୂଆ ନିୟମରେ ଡ୍ରିଙ୍କସ୍ ବ୍ରେକ ମଧ୍ୟ ସାମିଲ ରହିଛି । ଗୋଟିଏ ଇନିଂସ ମଧ୍ୟରେ ରହୁଥିବା ଡ୍ରିଙ୍କସ ବ୍ରେକ୍ ଅଢ଼େଇ ମିନିଟ୍ ମଧ୍ୟରେ ସାରିବାକୁ ପଡ଼ିବ । ଏହି ନିୟମ ପ୍ରଥମେ ଆସନ୍ତା ୧୬ ତାରିଖରେ ୱେଷ୍ଟଇଣ୍ଡିଜ ଓ ଆୟର୍ଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଲାଗୁ ହେବ । ସେହିପରି ମହିଳା ବର୍ଗରେ ମାର୍ଚ୍ଚ ମାସ ୧୮ ତାରିଖରେ ସେଞ୍ଚୁରିଆନରେ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ମ୍ୟାଚରେ କାର୍ଯ୍ୟକାରୀ ହେବ ।

ପୂର୍ବରୁ ଟି-୨୦ରେ ପ୍ରଥମ ୬ ଓଭର ପରେ ୩୦ ଗଜ ବାହାରେ ୫ ଜଣ ଫିଲ୍ଡର ରହୁଥିଲେ । ଏବେ ନିୟମ ଅବମାନନା କଲେ ୬ ଜାଗାରେ ୫ ଜଣଙ୍କୁ ରଖିବାକୁ ପଡ଼ିବ । ଖେଳାଳୀ ଓ ସହଯୋଗୀ ଷ୍ଟାଫଙ୍କ ଆଇସିସିର ଆଚରଣ ସିଂହିତା ଧାରା ୨.୨୨ ବଳବତ୍ତର ରହିବ । ନିୟମ ଅବମାନନାର ପରିଣତିସ୍ୱରୂପ ଦଳ କିମ୍ବା ଅଧିନାୟକଙ୍କ ଉପରେ ଆର୍ଥିକ ଦଣ୍ଡ ଲାଗୁ ହେବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.