fbpx

ସିମ୍ କାର୍ଡ଼ ପାଇଁ ନୂଆ ନିୟମ, ୯ରୁ ଅଧିକା ସିମ୍ କିଣିଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା

Advertisement

ନୂଆଦିଲ୍ଲୀ: ନୂଆ ଟେଲିକମ୍ ଆକ୍ଟ ୨୦୨୩ ଅନ୍ତର୍ଗତ ସିମ୍ କାର୍ଡ଼ କ୍ରୟକୁ ନେଇ ଜାଲ କନେକ୍ସନ ଏବଂ କଲ୍ ଟ୍ୟାପିଂକୁ ନେଇ କଡ଼ା ବ୍ୟବସ୍ଥା ରହିଛି । ଗତ ବର୍ଷ ଡିସେମ୍ବରରେ କେନ୍ଦ୍ର ସରକାର ନୂତନ ଟେଲିକମ୍ ବିଲକୁ ଲୋକସଭାରେ ଆଗତ କରିବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିଲା । ବର୍ତ୍ତମାନ ଏହି ଆକ୍ଟର କିଛି ଧାରା ଜୁନ୍ ୨୬ରୁ ଲାଗୁ କରାଯିବ । ଏହି ନୂଆ ଟେଲିକମ୍ ଆକ୍ଟ୍ ୯ରୁ ଉଦ୍ଧ୍ୱର୍ ସିମ୍ କାର୍ଡ଼ କ୍ରୟ କରୁଥିବା ବ୍ୟକ୍ତିଙ୍କ ପାଇଁ ସମସ୍ୟାର କାରଣ ହୋଇପାରେ ।

ଟେଲିକମ୍ ଆକ୍ଟ ୨୦୨୩ ପୁରୁଣା ଇଣ୍ଡିଆନ୍ ଟେଲିଗ୍ରାଫ୍ ଆକ୍ଟ ୧୮୮୫କୁ ରିପ୍ଲେସ୍ କରିବ । କୌଣସି ବ୍ୟକ୍ତିର ଆଧାର କାର୍ଡ଼ ସହ ୯ଟି ସିମ୍ କାର୍ଡ଼ ସଂଯୋଗ ହୋଇଥିଲେ ତାକୁ ପ୍ରଥମ ଅପରାଧ ପାଇଁ ୫୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ଏହା ସହ ଭୁଲର ପୁନରାବୃତ୍ତି ହେଲେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ । ଏହା ବ୍ୟତୀତ ଜାଲ ଉପାୟରେ(ସିମ୍ କାର୍ଡ଼ ସ୍ପୁଫିଂ ) ୟୁଜର ଆଇଡିର ବ୍ୟବହାର କରି ସିମ୍ କାର୍ଡ଼ କ୍ରୟ କରାଯାଏ ତେବେ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ୫୦ ଲକ୍ଷ ଟଙ୍କାର ଜରିମାନା ହୋଇପାରେ କିମ୍ବା ଉଭର ଜେଲ ଓ ଜରିମାନା ଦେବାକୁ ପଡ଼ିବ । କେବଳ ବାୟୋମେଟ୍ରିକ୍ ଆଧାରରେ ହିଁ ଟେଲିକମ୍ ଅପରେଟର ୟୁଜରର ଭେରିଫିକେସନ୍ କରିପାରିବେ ।

ଆପଣଙ୍କ ଆଧାର କାର୍ଡ଼ରେ କେତେଟା ସିମ୍ ଜାରି ହୋଇଛି କିପରି ଜାଣିବେ ?

– ପ୍ରଥମେ ସରକାରଙ୍କ ଦ୍ୱାରା ଲଞ୍ଚ୍ କରାଯାଇଥିବା ପୋର୍ଟାଲ Sancharsathi.gov.inକୁ ଯାଆନ୍ତୁ

– ଏହା ପରେ ମୋବାଇଲ କନେକ୍ସନ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ

– ପରବର୍ତ୍ତୀ ପେଜରେ ୧୦ ସଂଖ୍ୟା ବିଶିଷ୍ଟ ମୋବାଇଲ ନମ୍ବର ପ୍ରଦାନ କରିବା ପରେ କାପ୍ଚା କୋଡ୍ ଏବଂ ଫୋନରେ ଆସିଥିବା ଓଟିପି ଦିଅନ୍ତୁ

– ଏହା ପରେ ଏକ ନୂତନ ପେଜ୍ ଖୋଲିବ ଯେଉଁଠି ଆପଣଙ୍କ ଆଧାର କାର୍ଡ଼ ସହ ସଂଯୋଗ ହୋଇଥିବା ସମସ୍ତ ମୋବାଇଲ ନମ୍ବର ଦେଖିପାରିବେ

Get real time updates directly on you device, subscribe now.