ରାଜ୍ୟରେ ନିଯୁକ୍ତ ହେବେ ୫୦୦ ଟ୍ରାଫିକ୍ ୱାଡେନ୍‌, ଦୁର୍ଘଟଣା ରୋକିବା ପାଇଁ ପଦକ୍ଷେପ

ରାଜ୍ୟରେ ନୂଆ ଟ୍ରାଫିକ୍ ୱାଡେନ୍ ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟରେ ନୂଆ ଟ୍ରାଫିକ୍ ୱାଡେନ୍ ବ୍ୟବସ୍ଥା। ୫୦୦ ଟ୍ରାଫିକ ୱାଡେନ୍ ନିଯୁକ୍ତ ହେବେ। ପ୍ରାଥମିକ ଭାବେ ୫ ଜିଲ୍ଲାରେ ନିଯୁକ୍ତ ହେବେ। ଏହି ଜିଲ୍ଲାଗୁଡ଼ିକ ହେଲେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଗଞ୍ଜାମ ଏବଂ ଖୋର୍ଦ୍ଧାରେ ହେବ।

ନିଯୁକ୍ତି ଦାୟିତ୍ୱ ଜିଲ୍ଲାର ଏସପିଙ୍କୁ ଦିଆଯାଇଛି। ଦୁର୍ଘଟଣା ରୋକିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି। ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି।