fbpx

ନୂଆ ବର୍ଷ ପାଳନ ଉପରେ ରୋକ୍ ଲଗାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ସମସ୍ତେ ଉତ୍ସାହିତ । କିନ୍ତୁ ପାକିସ୍ତାନରେ ନୂଆ ବର୍ଷ ପାଳନ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହା ସହ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି କରାଯିବା ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଅନୱାର ଉଲ୍ ହକ୍ କାକର ଘୋଷଣା କରିଛନ୍ତି ।
ରିପୋର୍ଟରୁ ପ୍ରକାଶ ଯେ ପାଲେଷ୍ଟାଇନବାସୀଙ୍କ ପ୍ରତି ସମର୍ଥନକୁ ଦର୍ଶାଇବା ପାଇଁ ଏହି ପ୍ରତିବନ୍ଧକ ଲାଗୁ କରାଯାଇଛି । କହିରଖୁଛୁ ଯେ ଇସରାଏଲ ଏବଂ ହମାସ ଯୁଦ୍ଧରେ ପାଲେଷ୍ଟାଇନବାସୀଙ୍କୁ ପାକିସ୍ତାନ ଆରମ୍ଭରୁ ସମର୍ଥନ କରି ଆସିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଇସରାଏଲକୁ ଦେଶ ଭାବେ ମାନ୍ୟତା ପ୍ରଦାନ କରିନାହିଁ । ତେବେ ଆଗାମୀ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଅନୁମାନ କରାଯାଉଛି । ‘ବର୍ତ୍ତମାନ ପାଲେଷ୍ଟାଇନରେ ଦେଖାଦେଇଥିବା ଗମ୍ଭୀର ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଲେଷ୍ଟାଇନବାସୀଙ୍କ ସହ ଏକତାକୁ ଦର୍ଶାଇବା ପାଇଁ ପାକିସ୍ତାନରେ ନୂଆ ବର୍ଷ ପାଳନ ଉପରେ ପ୍ରତିବନ୍ଧକ ଲଗାଯାଇଥିବା କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଅନୱାର ଉଲ୍ ହକ୍ କାକର ।’

 

Get real time updates directly on you device, subscribe now.