fbpx

ନ୍ୟୁଜିଲାଣ୍ଡକୁ ବଡ ଝଟକା, ୱିଲିୟମସନଙ୍କ ପରେ ଏବେ ଟି-୨୦ ସିରିଜରୁ ହଟିଲେ ଏହି ଷ୍ଟାର ବୋଲର

ଜୟପୁର : ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଜୟପୁରରେ ଖେଳାଯିବ । ହେଲେ ଏହାର କିଛି ସମୟ ପୂର୍ବରୁ ଭ୍ରମଣକାରୀ ନ୍ୟୁଜିଲାଣ୍ଡକୁ ଲାଗିଛି ବଡ ଝଟକା । ଅଧିନାୟକ କେନ ୱିଲିୟମସନଙ୍କ ପରେ ଏବେ ଦ୍ରୁତ ବୋଲର କାଇଲ ଜେମିସନ ମଧ୍ୟ ଭାରତ ବିପକ୍ଷ ଟି-୨୦ ସିରିଜରୁ ବାହାରି ଯାଇଛନ୍ତି । ଜେମିସନ ଆଗାମୀ ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ନିଜକୁ ଫିଟ୍ ରଖିବାକୁ ଟି-୨୦ ସିରିଜ ନଖେଳିବାକୁ ନିଷ୍ପତ୍ତି ନେଇଛନ୍ତି । ନ୍ୟୁଜିଲାଣ୍ଡ କୋଚ୍ ଗ୍ୟାରି ଷ୍ଟିଡ୍ ଜେମିସନଙ୍କ ଟି-୨୦ ସିରିଜରୁ ହଟିବାର ସୂଚନା ଦେଇଛନ୍ତି ।

ଷ୍ଟିଡ୍ କହିଛନ୍ତି, ଆମେ କେନ ୱିଲିୟମସନ ଏବଂ କାଇଲ ଜେମିସନଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେଲୁ ଯେ, ଉଭୟ ଟି-୨୦ ସିରିଜ୍ ଖେଳିବେ ନାହିଁ । ଦୁଇ ଖେଳାଳି ଟେଷ୍ଟ ସିରିଜ୍ ପାଇଁ ପ୍ରସ୍ତୁତି କରିବେ । ଏପରିକି ଟେଷ୍ଟ ଦଳରେ ସାମିଲ୍ ଆଉ କିଛି ଖେଳାଳି ଟି-୨୦ ସିରିଜ୍ ଖେଳି ନପାରନ୍ତି । ପାଞ୍ଚ ଦିନ ଭିତରେ ତିନି ଟି-୨୦ ମ୍ୟାଚର ଆୟୋଜନ ଏବଂ ତିନି ଭିନ୍ନ ଭିନ୍ନ ସହର ଯାତ୍ରା କାରଣରୁ ଦଳରେ ସନ୍ତୁଳନ ପାଇଁ ସମୟ ଦରକାର । ପୁଣି ଏହି ସିରିଜ୍ ବହୁତ ବ୍ୟସ୍ତବହୁଳ ରହିଛି । ତେଣୁ କେନଙ୍କ ପରେ ଜେମିସନ ଟେଷ୍ଟ ସିରିଜ୍ ପାଇଁ ନିଜକୁ ଫିଟ୍ ଏବଂ ସତେଜ ରଖିବା ପାଇଁ ଟି-୨୦ ମ୍ୟାଚ୍ ନଖେଳିବାକୁ ନିଷ୍ପତ୍ତି ନେଇଥିବା ଷ୍ଟିଡ୍ କହିଛନ୍ତି ।

ଭାରତ-ନ୍ୟୁଜିଲାଣ୍ଡ କାର୍ଯ୍ୟସୂଚୀ

ପ୍ରଥମ ଟି-୨୦ ମ୍ୟାଚ୍- ନଭେମ୍ବର ୧୭, ଜୟପୁର

ଦ୍ୱିତୀୟ ଟି-୨୦ ମ୍ୟାଚ୍- ନଭେମ୍ବର ୧୯, ରାଞ୍ଚି

ତୃତୀୟ ଟି-୨୦ ମୟାଚ୍- ନଭେମ୍ବର ୨୧, କୋଲକାତା

ପ୍ରଥମ ଟେଷ୍ଟ- ନଭେମ୍ବର ୨୫ ରୁ ୨୯, କାନପୁର

ଦ୍ୱିତୀୟ ଟେଷ୍ଟ- ଡିସେମ୍ବର ୩ରୁ ୭, ମୁମ୍ବାଇ

 

Get real time updates directly on you device, subscribe now.