fbpx

ଯୌତୁକ ପାଇଁ ମୃତ୍ୟୁଦଣ୍ଡ ପାଇଲେ ନବ ବିବାହିତା! ହତ୍ୟା କରି ୬ଫୁଟ ତଳେ ପୋତିଦେଲେ ଶାଶୁଘର ଲୋକେ

ପାଟଣା: ବିହାର ରାଜଧାନୀ ପାଟଣାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଯୌତୁକ ପାଇଁ ଏକ ନବ ବିବାହିତାଙ୍କ ଶାଶୁଘର ଲୋକେ ହତ୍ୟା କରିଛନ୍ତି ଏବଂ ଏହା ପରେ ତାଙ୍କ ଶବକୁ ମାଟି ତଳେ ପୋତିଦେଇଛନ୍ତି । ଏହି ଘଟଣା ଗୌରୀଚକ ଥାନା ଅନ୍ତର୍ଗତ ମହମଦା ଗାଁର ଅଟେ । ଏଠାରେ ଶମ୍ଭୁ ପାସବାନଙ୍କ ପୁଅ ଅମିତ ପାସବାନଙ୍କ ସହ ୨୧ ବର୍ଷୀୟ ଆରତୀ ଦେବୀଙ୍କ ସହ ବିବାହ ହୋଇଥିଲା ।

ସୂଚନା ଅନୁଯାୟୀ, ଶାଶୁଘର ଲୋକେ ୧୮ ଅକ୍ଟୋବର ଦିନ ସେହି ଝିଅ ଘର ଲୋକଙ୍କୁ କହିଥିଲେ ଯେ, ଆମ ବୋହୂ ନିଖୋଜ ଅଛି । ଖବର ପାଇବା ମାତ୍ରେ ୧୯ ଅକ୍ଟୋବର ସକାଳୁ ଆରତୀ ଦେବୀଙ୍କ ମାଆ ରାଜମଣି ଦେବୀ ନିଜ ପରିବାର ସହ ଝିଅର ଶାଶୁଘରେ ପହଁଚିଥିଲେ । ହେଲେ ତାଙ୍କ ଶାଶୁଘରେ କେହି ମଧ୍ୟ ନଥିଲେ । ଘର ବାହାରେ ତାଲା ପଡିଥିଲା । ଏହା ପରେ ତାଙ୍କ ଝିଅଙ୍କୁ ସେମାନେ ଖୋଜିଥିଲେ । ଖୋଜିବାର ଗୋଟିଏ ଦିନ ପରେ ଅର୍ଥାତ ୨୦ ଅକ୍ଟୋବର ଦିନ ୧୧ଟା ସମୟରେ ମୀରହାଜୀ ଚକ ଗାଁର ଉତ୍ତର ଦରଧା ନଦୀ କୂଳରେ ମାଟି ତଳୁ ଆରତୀଙ୍କ ଶବ ମିଳିଥିଲା । ଯାହାର ଗଭୀରତା ୬ ଫୁଟ ଥିଲା ।

ପୋଲିସକୁ ଏହି ଘଟଣା ବିଷୟରେ କୁହାଯାଇଥିଲା ହେଲେ ତାଙ୍କ ପକ୍ଷରୁ କୌଣସି ସାହାଯ୍ୟ ମିଳିନଥିଲା । ପରିବାର ଲୋକଙ୍କ ସହାୟତାରେ ଆରତୀ ଦେବୀଙ୍କ ଶବ ଉଦ୍ଧାର କରାଯାଇଥିଲା । ମୃତକଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ସେମାନେ ତାଙ୍କ ଝିଅକୁ ବର୍ଷେ ତଳେ ବାହାଘର କରିଥିଲେ । ହେଲେ ବିବାହ ପରେ ଝିଅର ଶାଶୁଘର ଲୋକେ ଯୌତୁକ ପାଇଁ ଝିଅକୁ ନିର୍ଯାତନା ଦେଉଥିଲେ । ଶେଷରେ ସେମାନେ ତାକୁ ହତ୍ୟା କରି ମାଟି ତଳେ ପୋତିଦେଇଥିଲେ । ପୋଲିସ ଏହି ମାମଲାର ତଦନ୍ତ ଚଳାଇଛି ।

Get real time updates directly on you device, subscribe now.