fbpx

ନବ ବଧୂକୁ ନିର୍ଯାତନା ଅଭିଯୋଗ: ବିବାହ ୭ ଦିନ ପରେ ଜ୍ୱାଇଁ ଦାବି କଲା କାର୍, ୭ ଜଣଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ

ନିଶ୍ଚିନ୍ତକୋଇଲି (ଭାସ୍କର ନ୍ୟୁଜ୍‌): ନିଶ୍ଚିନ୍ତକୋଇଲି ଥାନା ବାଲିଆପଦା ଗ୍ରାମରେ ଜନୈକା ନବ ବଧୂକୁ ଅଧିକ ଯୌତୁକ ଦାବି ନେଇ ଶାଶୁଘର ଲୋକେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଥିବାର ଥାନାରେ ଅଭିଯୋଗ ହୋଇଛି । ନିଶ୍ଚିନ୍ତକୋଇଲି ଥାନା ବଡକ୍ଷୀର ଗ୍ରାମର ପ୍ରମୋଦ କୁମାର ସିଂ ତାଙ୍କର କନ୍ୟା ପ୍ରିୟଙ୍କା ପ୍ରିୟଦର୍ଶୀନି ସିଂ କୁ ଗତ ଜୁଲାଇ ୭ ତାରିଖ ଦିନ ବାଲିଆପଦା ଗ୍ରାମର ଗୋଲଖ ରାଉତଙ୍କ ପୁତ୍ର ରଞ୍ଜନ କୁମାର ରାଉତଙ୍କ ସହ ବୈଦିକ ରୀତିରେ ବିବାହ ଦେଇଥିଲେ । ବରପକ୍ଷର ଦାବି ମୁତାବକ ନଗଦ ୩ ଲକ୍ଷ ଟଙ୍କା , ସ୍ୱର୍ଣ୍ଣ ଅଳଙ୍କାର ,ମୂଲ୍ୟବାନ ଆସବାପତ୍ର ଦିଆଯାଇଥିଲା । ବିବାହର ମାତ୍ର ୭ ଦିନ ପରେ ସ୍ୱାମୀ ରଞ୍ଜନ ପତ୍ନୀ ପ୍ରିୟଙ୍କାକୁ ତାଙ୍କ ବାପଘରୁ ଏକ କାର କିମ୍ବା ୨ ଲକ୍ଷଟଙ୍କା ଯୌତୁକ ବାବଦରେ ଆଣିବାକୁ ବାଧ୍ୟ କରିଥିଲେ । ପ୍ରିୟଙ୍କା ଏଥିରେ ଅମଙ୍ଗ ହେବାରୁ ସ୍ୱାମୀ ରଞ୍ଜନ ତାଙ୍କୁ ଛାଡି ଗୁଜୁରାଟକୁ ପଳାଇ ଯାଇଥିଲେ ।

ଏପରିକି ସ୍ୱାମୀ ରଞ୍ଜନ ଗୁଜୁରାଟକୁ ପଳାଇ ଯିବା ପରେ ଶାଶୁଘର ଲୋକେ ମିଳିମିଶି ପ୍ରିୟଙ୍କୁାକୁ ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯ୍ୟାତନ ଦେଇ ଆସୁଥିଲେ । ଏପରିକି ଶାଶୁଘର ଲୋକେ ପ୍ରିୟଙ୍କାକୁ କିରୋସିନି ଢାଳି ଜୀବନରୁ ମାରିଦେବାକୁ ମସୁଧା କରୁଥିବାର ଜାଣିପାରି ପ୍ରିୟଙ୍କା ନିଜ ବାପ ଘରକୁ ପଳାଇ ଯାଇଥିଲେ । ଏସମ୍ପର୍କରେ ପ୍ରିୟଙ୍କା ୭ ଜଣଙ୍କ ନାମରେ ନିଶ୍ଚିନ୍ତକୋଇଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତି କରି ନିଶ୍ଚିନ୍ତକୋଇଲି ଥାନାରେ ୭ ଜଣଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିବାର ଆଇଆଇସି ଚିନ୍ମୟୀ ସାହୁଙ୍କ ସୂତ୍ରରୁ ପ୍ରକାଶ । ତେବେ ପୋଲିସ ଏହି ଘଟଣାରେ କାହାରିକୁ ଗିରଫ କରିନଥିବାର ଜଣାଯାଇଛି ।

Get real time updates directly on you device, subscribe now.