ନୂଆଦିଲ୍ଲୀ: ଗ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର । ଯଦି ଆପଣ ବ୍ୟାଙ୍କରୁ ଋଣ ନେବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ଚିନ୍ତା କରିବାକୁ ପଡ଼ିବ ନାହିଁ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାକିଂ ସିଷ୍ଟମକୁ ନେଇ କିଛି ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଅଧିକ ସହଜ କରିବାକୁ ବ୍ୟାଙ୍କଗୁଡିକ ନିର୍ଦ୍ଦେଶ ଦେଇଛନ୍ତି ନିର୍ମଳା ସୀତାରମଣ ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଗ୍ରାହକଙ୍କ ସୁବିଧା ଉପରେ ବ୍ୟାଙ୍କଗୁଡିକ ଅଧିକ ଧ୍ୟାନ ଦେବା ଆବଶ୍ୟକ, ଯାହାଦ୍ୱାରା ଲୋନ୍ ନେଇଥିବା ବ୍ୟକ୍ତିଙ୍କ ପାଇଁ ଏହାର ପ୍ରକ୍ରିୟା ସହଜ ହୋଇପାରିବ । ଏହି ଲୋକମାନେ ବ୍ୟାଙ୍କ ସହିତ ଅଧିକରୁ ଅଧିକ ଯୋଡି ହୋଇ ରହିବାକୁ ସମର୍ଥ ହେବେ । ଅର୍ଥମନ୍ତ୍ରୀ ବ୍ୟାଙ୍କଗୁଡିକୁ ପରାମର୍ଶ ଦେଇଛନ୍ତି ଯେ, ଲୋନ୍ ପ୍ରଦାନର ମାନକୁ ସୁସ୍ଥ ରଖିବା ଉଚିତ, ଯାହା ଦ୍ୱାରା ସାଧାରଣ ଲୋକଙ୍କ ପାଇଁ ବ୍ୟାଙ୍କିଙ୍ଗ ସମ୍ବନ୍ଧୀୟ କାର୍ଯ୍ୟ ସହଜ ହୋଇପାରିବ ।
ତେବେ କିଛି ଦିନ ପୂର୍ବରୁ ଶିଳ୍ପ ପ୍ରତିନିଧୀ ଏବଂ ଅର୍ଥମନ୍ତ୍ରୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପରାମର୍ଶ ଦିଆଯାଇଥିଲା । ଅର୍ଥମନ୍ତ୍ରୀ ଏହି ପ୍ରସ୍ତାବଗୁଡ଼ିକ ଉପରେ କାର୍ଯ୍ୟକାରୀ କରିବାକୁ ବ୍ୟାଙ୍କଗୁଡ଼ିକୁ କହିଛନ୍ତି । ଅର୍ଥମନ୍ତ୍ରୀଙ୍କ ଏହି ପରାମର୍ଶକୁ ଅନୁସରଣ କରି SBI, HDFC, ICICI ସମେତ ସମସ୍ତ ବ୍ୟାଙ୍କର ଗ୍ରାହକମାନେ ଉପକୃତ ହେବେ । ତେବେ ଏନେଇ ଏସବିଆଇ ଚେୟାରମ୍ୟାନ ଦିନେଶ କୁମାର ଖାରା କହିଛନ୍ତି, ଗ୍ରାହକଙ୍କ ସୁବିଧା ପାଇଁ ବ୍ୟାଙ୍କରେ ଡିଜିଟାଲୀକରଣ ପ୍ରକ୍ରିୟାକୁ ବୃଦ୍ଧି କରାଯାଉଛି । ଏହାଫଳରେ ଗ୍ରାହକଙ୍କୁ ବ୍ୟାଙ୍କିଂ ସମ୍ବନ୍ଧୀୟ ସମସ୍ତ ସମସ୍ୟାରୁ ମୁକ୍ତି ମିଳିବ ।