fbpx

ପ୍ରଚଣ୍ଡ ଖରା ପାଇଁ ଆଲର୍ଟ ଜାରି, ଆଜିଠୁ ୫ ଦିନ ଯାଏଁ ସବୁ ସ୍କୁଲ ଛୁଟି

Advertisement

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ପ୍ରଚଣ୍ଡ ଗ୍ରୀଷ୍ମ  ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୬ ତାରିଖ ଅର୍ଥାତ ମଙ୍ଗଳବାର ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ୫ ଦିନ ନିମନ୍ତେ ସବୁ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକ ପାଇଁ ଛୁଟି ଘୋଷଣା କରିଛନ୍ତି । ଏନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ସ୍କୁଲ ଛୁଟି ସତ୍ତେ୍ୱ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚାଲୁ ରହିବ । ଚଳିତବର୍ଷ ରାଜ୍ୟ ସରକାର ଖରାଦିନ ଛୁଟି ଅବଧି ହ୍ରାସ କରିଥିଲେ । ଏହାକୁ ଏଥର ୧୧ ଦିନରେ ସୀମିତ ରଖାଯାଇଛି । ଜୁନ୍‌ ୬ରୁ ୧୬ ତାରିଖ ପର୍ଯ୍ୟନ୍ତ ଖରାଛୁଟି ଘୋଷଣା କରାଯାଇଛି ।

Get real time updates directly on you device, subscribe now.