CHARIDHAM

Video:ସୋସିଆଲ ମିଡିଆରେ ଋଷିଙ୍କ ନୂଆ ଲୁକ,ସାମ କରଣ ଏବଂ କ୍ରିସ ଜୋର୍ଡାନଙ୍କ ପରି ଷ୍ଟାରଖେଳାଳୀଙ୍କ ସହ ଆସିଲେ ନଜର

ନୂଆଦିଲ୍ଲୀ:ଗତ ବର୍ଷ ଟି -୨୦ ବିଶ୍ୱକପ ଟାଇଟଲ ଜିତିଥିବା ଇଂଲଣ୍ଡ ଦଳ ଦେଶର ପ୍ରଧାନମନ୍ତ୍ରୀ ଋଷି ସୁନକ ଙ୍କୁ ଭେଟିଛନ୍ତି।ଏହା ସହ ବିଶ୍ୱ ଚାମ୍ପିୟନ ହେବାର ଉତ୍ସବମଧ୍ୟ ପାଳନ କରିଛି। ତେବେ ଏହି ଉତ୍ସବ କେବଳ ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀ ଭୋଜନରେ ସୀମିତ ନଥିଲା, ଏହି ସମୟ ମଧ୍ୟରେ ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମଧ୍ୟ କ୍ରିକେଟ୍ ଖେଳିଥିଲେ। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଋଷି ସୁନକ ମଧ୍ୟ ଇଂଲଣ୍ଡର ଶୀର୍ଷ ବୋଲରଙ୍କ ସହ ମୁହାଁମୁହିଁ ହୋଇଥିଲେ। ଏହି ପୁରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସମସ୍ତ କ୍ରିକେଟର ଫର୍ମାଲ ପୋଷାକ ପିନ୍ଧିଛନ୍ତି। ଋଷି ସୁନକ ନିଜେ ମଧ୍ୟ ସାର୍ଟ-ପ୍ୟାଣ୍ଟ ଏବଂ ଟାଇରେ ବ୍ୟାଟିଂ କରୁଥିବା ନଜର ଆସିଛନ୍ତି। ଏହି ସମୟରେ ସେ ଇଂଲଣ୍ଡର ଦ୍ରୁତ ବୋଲର ସାମ କରଣ ଏବଂ କ୍ରିସ ଜୋର୍ଡାନଙ୍କ ପରି ଦ୍ରୁତ ବୋଲରଙ୍କ ସହ ଖେଳୁଥିବାର ଦେଖିବାକୁ ମିଳିଛି। କେତେକ ସମୟରେ, ସୁନାକ ବଲ୍ କୁ ମିସ୍ କରୁଥିବା ବେଳେ କିଛି ରେ ସେ ଭଲ ସଟ୍ ମଧ୍ୟ ଦେଉଥିବାର ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ସୁନକ ଭିଡିଓରେ ବୋଲିଂ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ସୂଚନାମୁତାବକ ଇଂଲଣ୍ଡ ୨୦୨୨ ଟି -୨୦ ବିଶ୍ୱକପ ଜିତି ଥିଲା । ତେବେ କାର୍ଯ୍ୟ ବ୍ୟସ୍ତତା ପରେ ଋଷି ସୁନକ କ୍ରିକେଟ୍ ଦଳଙ୍କ ସହିତ ସାକ୍ଷାତ କରିଛନ୍ତି। ଦଳ ବିଶ୍ୱକପ୍ ଜିତିଥିବାରୁ ଉତ୍ସବ ପାଳନ କରିଥିଲେ।