fbpx

ଏହି ସହରରେ ପୁଣି ବଢିଲା ନାଇଟ୍ କର୍ଫ୍ୟୁ, ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ପୁଣେରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଉଦ୍ଧବ ସରକାର ନାଇଟ କର୍ଫ୍ୟୁକୁ ୧୪ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ନୂଆଦିଲ୍ଲୀ,୨୮ ।୨: ପୁଣେରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଉଦ୍ଧବ ସରକାର ନାଇଟ କର୍ଫ୍ୟୁକୁ ୧୪ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

କରୋନା ସଂକ୍ରମମଣକୁ ଦୃଷ୍ଟିରେ ରଖି ଏହି ସହରରେ ନାଇଟ୍ କର୍ଫ୍ୟୁ ଅବଧିକୁ ବୃଦ୍ଧି କରାଯାଇଛି ।

ମାର୍ଚ୍ଚ ୧୪ ଯାଏଁ ପୁଣେରେ ସ୍କୁଲ , କଲେଜ, କୋଚିଂ କ୍ଲାସ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ପୁଣେର ମେୟର କହିଛନ୍ତି ଯେ, ’୨୪ ଫେବ୍ରୁଆରୀ ପରଠାରୁ ସହରରେ ୧୦୦୦ରୁ ଅଧିକ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି ।

ନାଇଟ କର୍ଫ୍ୟୁ ସମୟରେ ପୁଣେ ସହରରେ ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ସାର୍ବଜନୀକ ଗତିବିଧିକୁ ଅନୁମତି ଦିଆଯିବ ନାହିଁ ।

କେବଳ ଜରୁରୀ କାଳୀନ ସାମଗ୍ରୀର ଦୋକାନ ଖୋଲିବ ।’

ପୁଣେ ମେୟର ମୁରଲୀଧର ମୋହୋଲ କହିଛନ୍ତି, “ଗତ କିଛି ଦିନ ହେବ ପୁଣେ ସହରରେ କରୋନା ଭାଇରସ ସଂକ୍ରମଣ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି ।

୨୮ ଫେବୃଆରୀ ପର୍ଯ୍ୟନ୍ତ ଲାଗୁ ହୋଇଥିବା ନିର୍ଦ୍ଦେଶନାମା ୧୪ର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।”

ମାସ ମାସ ଧରି ଅନଲାଇନରେ ଅଧ୍ୟୟନ କରିବା ପରେ ଜାନୁଆରୀ ମାସରେ ପୁଣେରେ ଶିକ୍ଷାନୁଷ୍ଠାନ ଖୋଲାଯାଇଥିଲା।

ମ୍ୟୁନିସିପାଲିଟି କର୍ପୋରେସନ୍ ଶିକ୍ଷକ ଏବଂ ବିଦ୍ୟାଳୟର କର୍ମଚାରୀମାନଙ୍କୁ କେବଳ RT-PCR ପରୀକ୍ଷା କରିବା ପରେ ଶିକ୍ଷାନୁଷ୍ଠାନକୁ ଆସିବାକୁ କହିଥିଲେ। ନଭେମ୍ବରରେ ପୁଣେ ଗ୍ରାମୀଣର ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲା ଯାଇଥିଲା।

Get real time updates directly on you device, subscribe now.