ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ଟ୍ୱିନସିଟିରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ପାର୍ବଣକୁ ଆଖି ଆଗରେ ରଖି କମିଶନରେଟ୍ ପୋଲିସ୍ ପକ୍ଷରୁ ନାଇଟ୍ କର୍ଫ୍ୟୁ ସମୟରେ ସବୁ ଅଞ୍ଚଳରେ କଡ଼ା ନଜର ରଖାଯିବ । ନିୟମ ଉଲଙ୍ଘନକାରୀଙ୍କ ତଥା ନାଇଟ୍ କର୍ଫ୍ୟୁ ସମୟରେ ବାହାରେ ବୁଲାବୁଲି କରୁଥିବା କିଛି ଅମାନିଆଙ୍କ ଉପରେ ପୋଲିସ୍ କମିଶନରେଟ୍ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଆଜି ଠାରୁ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇ ୨୦ ତାରିଖ ଯାଏଁ ବଳବତ୍ତର ରହିବ । ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ ।
Prev Post