fbpx

ରଜ ପାଇଁ ନାଇଟ୍ କର୍ଫ୍ୟୁ କୋହଳ

ଭୁବନେଶ୍ବର, ୧୨/୬(ଓଡ଼ିଶା ଭାସ୍କର): ଆଉ ଦୁଇ ଦିନ ପରେ ଓଡ଼ିଆଙ୍କ ରଜ ପର୍ବ । ରଜ ପର୍ବ ପାଇଁ କର୍ଫ୍ୟୁ କୋହଳ କରିଛନ୍ତି ରାଜ୍ୟ ସରକାର । ଆଜି ନାଇଟ କର୍ଫ୍ୟୁକୁ କୋହଳ କରାଯାଇଛି ।ଆଜି ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ଟା ପରେ କର୍ଫ୍ୟୁ ଲାଗୁ ହେବ । ରାତି କର୍ଫ୍ୟୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଗତକାଲି ସୂଚନା ଦେଇଥିଲେ ।

ଉଲ୍ଳେଖଯୋଗ୍ୟ ଯେ କରୋନା ସତର୍କତା ନେଇ ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ସନ୍ଧ୍ୟା ୭ଟା ପରଠାରୁ ଭୋର ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । କିନ୍ତୁ ରଜ ପାଇଁ ଗୋଟିଏ ଦିନ ନାଇଟ କର୍ଫ୍ୟୁ କୋହଳ କରାଯାଇଛି ।

 

 

Get real time updates directly on you device, subscribe now.