ନୀରବ ମୋଦୀଙ୍କ ଭାଇ ନେହାଲ ମୋଦୀ ଆମେରିକାରେ ଗିରଫ, ଭାରତକୁ ମିଳିଲା ବଡ଼ ସଫଳତା
ଭାରତୀୟ ପଳାତକ ନୀରବ ମୋଦୀଙ୍କ ଭାଇ ନେହାଲ ମୋଦୀ ଆମେରିକାରେ ଗିରଫ ହୋଇଛନ୍ତି।
ନୂଆଦିଲ୍ଲୀ: ଭାରତର ପଳାତକ ନୀରବ ମୋଦୀଙ୍କ ଭାଇ ନେହାଲ ମୋଦୀ ଆମେରିକାରେ ଗିରଫ ହୋଇଛନ୍ତି। ଏହା ଭାରତ ପାଇଁ ଏକ ବଡ଼ ସଫଳତା।
ଆମେରିକାରେ ଆଇନ ବିଭାଗ ଭାରତୀୟ ଅଧିକାରୀମାନଙ୍କୁ ସୂଚୀତ କରାଯାଇଛି ଯେ, ପଳାତକ ଠକ ଅପରାଧୀ ନୀରବ ମୋଦୀଙ୍କ ଭାଇ ନେହାଲ ମୋଦୀଙ୍କ ଆମେରିକାରେ ଆଜି ଗିରଫ କରାଯାଇଛି।
ଏହି ଗିରଫ ଭାରତର ପ୍ରବର୍ତନ ନିର୍ଦ୍ଦେଶାଳୟ ଏବଂ ସିବିଆଇ ଦ୍ୱାରା ଅନୁରୋଧ ଆଧାରରେ କରାଯାଇଛି। ଆମେରିକାର ନ୍ୟାୟ ବିଭାଗ ଗିରଫଦାରୀକୁ ନେଇ ସ୍ପଷ୍ଟ କରିଛି। ତାଙ୍କ ବିରୋଧରେ ନ୍ୟୁୟର୍କରେ ଅନେକ ମାମଲା ରହିଛି।
ନିହାଲଙ୍କ ଉପରେ ୨.୬ ମିଲିୟନ ଡଲାରରୁ ଅଧିକ ଠକେଇ କରିବାର ଅଭିଯୋଗ ହୋଇଛି। ବର୍ତ୍ତମାନ ନିହାଲଙ୍କୁ ଭାରତକୁ ଅଣାଯିବାର ବ୍ୟବସ୍ଥା କରାଯାଉଛି।
ନୀରବ ମୋଦି ଏବଂ ମେହୁଲ ଚୋକସିଙ୍କ ମଧ୍ୟରେ ମିଳିତ ଭାବରେ ୧୩,୫୦୦ କୋଟି ଟଙ୍କାର ଏକ ଠକେଇ ହୋଇଥିଲା। ପିଏନବି ଠକେଇ ଭାରତୀୟ ବ୍ୟାଙ୍କଗୁଡ଼ିକର ସବୁଠାରୁ ବଡ଼ ଠକେଇ ମଧ୍ୟରୁ ଗୋଟିଏ।
ଏହି ଠକେଇରେ ଭାରତୀୟ ବ୍ୟାଙ୍କିଂ ବ୍ୟବସ୍ଥାକୁ ୧୩,୫୭୮ କୋଟି ଟଙ୍କା (ପ୍ରାୟ ୨ ବିଲିୟନ ଡଲାର) କ୍ଷତି ସହିବାକୁ ପଡିଥିଲା। ଏହି ଠକେଇ ସାମ୍ନାକୁ ଆସିବା ପରେ ସମଗ୍ର ଦେଶ ଥରି ଉଠିଥିଲା।
ଏଥିମଧ୍ୟରୁ ନୀରବ ମୋଦି ୬,୪୯୮.୨୦ କୋଟି ଟଙ୍କା ଠକେଇର ଅଭିଯୁକ୍ତ ଏବଂ ତାଙ୍କ କାକା ମେହୁଲ ଚୋକସି ୭,୦୮୦.୮୬ କୋଟି ଟଙ୍କା ଠକେଇର ଅଭିଯୁକ୍ତ। ଉଭୟ ୨୦୧୮ ପ୍ରାରମ୍ଭରେ ଭାରତରୁ ପଳାଇ ଯାଇଥିଲେ।