fbpx

ନୀତା ଅମ୍ବାନୀ ଅନନ୍ତଙ୍କ ବିବାହରେ କହିଲେ ପ୍ରକୃତ କନ୍ୟାଦାନର ମହତ୍ତ୍ୱ, ସବୁ ଝିଅଙ୍କ ମାଆ-ବାପାଙ୍କୁ ଜାଣିବା ନିହାତି ଆବଶ୍ୟକ

ନୂଆଦିଲ୍ଲୀ: ଅନନ୍ତ ଅମ୍ବାନୀ ଏବଂ ରାଧିକା ମାର୍ଚାଣ୍ଟଙ୍କ ବିବାହ ଗତ ୧୨ ଜୁଲାଇ ୨୦୨୪ରେ ସମାପ୍ତ ହୋଇଛି । ହେଲେ ବର୍ତ୍ତମାନ ଦେଶରେ ଏହି ଗ୍ରାଣ୍ଡ ୱେଡିଙ୍ଗର ଚର୍ଚ୍ଚା ଚାରିଆଡେ ହେଉଛି । ବିବାହର ଫଙ୍ଗସନରେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହାରି ମଧ୍ୟରେ ବିବାହର ଅନ୍ୟ ଏକ ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କନ୍ୟାଦାନ ବିଷୟରେ ନୀତା ଅମ୍ବାନୀ କହୁଥିବାର ନଜର ଆସିଛନ୍ତି ।

ନୀତା ଅମ୍ବାନୀ ଭିଡିଓରେ କନ୍ୟାଦାନର ମହତ୍ତ୍ୱ କଥା କହିଛନ୍ତି ଯେ, ବିବାହରେ ସବୁଠାରୁ ଖାସ ରୀତିନୀତି ହେଉଛି, କନ୍ୟାଦାନ, ଯେଉଁଥିରେ କନ୍ୟାର ମାଆ-ବାପା ନିଜ ଝିଅର ହାତ ବରକୁ ଅର୍ପଣ କରିଛନ୍ତି । ମୁଁ ବି କାହାର ଝିଅ, ଜଣେ ଝିଅର ମାଆ ଏବଂ ଏକ ବହୁର ଶାଶୁ । ତେବେ ମୁଁ ଭଲଭାବେ ଜାଣିଛି ଯେ, କୋଣସି ବାପା-ମାଆ ଚାହାନ୍ତିନି ତାଙ୍କ ପିଲା ଦୂରେଇ ଯାଆନ୍ତୁ ।

ଆଗକୁ ନୀତା ରାଧିକାଙ୍କ ମାଆ-ବାପାଙ୍କୁ ପ୍ରତିଜ୍ଞା କରିଥିବା ନଜର ଆସିଛନ୍ତି । ଏଥିସହ ସେ କହିଛନ୍ତି ଯେ, ନିଜ ଝିଅକୁ ଦେଉନାହାନ୍ତି ବରଂ ନିଜ ପରିବାରରେ ଏକ ପୁଅକୁ ମଧ୍ୟ ସାମିଲ କରୁଛନ୍ତି । ଅନନ୍ତ ସେତିକି ଆପଣଙ୍କ ପାଇଁ, ଯେତିକି ରାଧିକା ଆମ ପାଇଁ । ମୁଁ ଏବଂ ମୁକେଶ ଏହି ପ୍ରତିଜ୍ଞା କରୁଛୁ ଯେ, ରାଧିକାଙ୍କ ଯତ୍ନ ନିଜ ଝିଅ ଇଶା ପରି ରଖିବୁ । ଅନନ୍ତଙ୍କ ଜୀବନ ସଂଗିନୀଙ୍କ ଭଳି ଆମେ ତାକୁ ରଖିବୁ ।

Get real time updates directly on you device, subscribe now.