୪ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ ଭେଟି ଦେଲେ ନୀତିନ ଗଡ଼କରୀ, ମୁଖ୍ୟମନ୍ତ୍ରୀ କହିଲେ ଓଡ଼ିଶାର ଭିତ୍ତିଭୂମି ବିକାଶ ପାଇଁ ଆଜି ଐତିହାସିକ ଦିବସ
ଭୁବନେଶ୍ବର: ଓଡ଼ିଶାକୁ ୪ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ ଭେଟିଦେଲେ କେନ୍ଦ୍ର ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ । ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ନୀତିନ ଗଡ଼କରୀ ।୧୫୪ କିମି ଦୀର୍ଘ ୧୯ଟି ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ।
ବରମୁଣ୍ଡାର ପଡିଆରେ ଆୟୋଜିତ ବିରାଟ ସଭାରେ ଯୋଗ ଦେଇ ସେ ଶିଳାନ୍ୟାସ କରିଛନ୍ତି । ମହତାବଙ୍କର 125 ତମ ଜନ୍ମବାର୍ଷିକୀ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।
ତେବେ ଓଡ଼ିଶା ପାଇଁ ଏକ ଐତିହାସିକ ଦିନ କହିଲେ ମୁଖ୍ୟମନ୍ତ୍ରୀ । ମୋହନ ମାଝୀ କହିଛନ୍ତି, ଓଡ଼ିଶାର ଭିତ୍ତିଭୂମି ବିକାଶ ପାଇଁ ଆଜି ଐତିହାସିକ ଦିବସ ।
ଓଡ଼ିଶା ବିକାଶରେ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି । ସବୁ ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ଯୋଗାଯୋଗ ସୁଦୃଢ଼ ହେବ । ପୂର୍ବରୁ ଦିନକୁ ୧୪ କିମି ରାସ୍ତା ହେଉଥିଲା, ଏବେ ୧୦୦ କିମି ହେଉଛି ।
କହିରଖୁଛୁ କି, ଆଜି ସକାଳେ କେନ୍ଦ୍ରମନ୍ତ୍ରୀ ଭୁବନନେଶ୍ବର ଗସ୍ତରେ ଆସିଛନ୍ତି । 11ଟାରେ ଭୁବନେଶ୍ବରରେ ପହଞ୍ଚିବା ପରେ କଟକ ଗସ୍ତରେ ଯାଇଥିଲେ । ଏହାପରେ ବରମୁଣ୍ଡାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବଡ଼ ଭେଟି ଦେଇଛନ୍ତି ।