ସ୍କୁଲରେ ଆରମ୍ଭ ହେଲା ‘ନୋ ବ୍ୟାଗ୍ ଡେ’

ଗଞ୍ଜାମ.୭ ।୩(ଓଡିଶା ଭାସ୍କର): ଆଜିଠାରୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ‘ନୋ ବ୍ୟାଗ ଡେ’ । ଏଣିକି ପ୍ରତି ଶନିବାର ଦିନ ବ୍ୟାଗ୍ ନଆଣି ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସିବେ । ପିଲାଙ୍କୁ ଚାପମୁକ୍ତ କରିବାକୁ ଆରମ୍ଭ ହୋଇଛି ଏହି ନୂଆ ବ୍ୟବସ୍ଥା । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ବ୍ୟାଗ ଆଣିବାକୁ ମନା ହୋଇଛି । ସପ୍ତାହରେ ଦିନଟିଏ ବିନା ବ୍ୟାଗରେ ଛାତ୍ରଛାତ୍ରୀମାନେ ସ୍କୁଲ ଆସିବେ । ଶନିବାର ଦିନ ପାଠ ପଢା ନହୋଇ ଛାତ୍ରଛାତ୍ରୀମାନଙ୍କୁ ଯୋଗଶିକ୍ଷା ଦିଆଯିବ । ପ୍ଲାଷ୍ଟିକ୍ ବ୍ୟବହାର ନିଷେଧ ନେଇ ପିଲାଙ୍କୁ ସଚେତନ କରାଯିବ ଏହା ସହ ଛାତ୍ରଛାତ୍ରୀଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ବିଦ୍ୟାଳୟ ପକ୍ଷରୁ ପ୍ରୟାସ କରାଯିବ ।