ଓଡ଼ିଶା ଭାସ୍କର: ଦୁନିଆରେ ଅନେକ ପ୍ରକାରର ଜନଜାତି ବସବାସ କରନ୍ତି । କିଛି ଜନଜାତିଙ୍କ ବିଷୟରେ ଅଧିକାଂଶ ଲୋକେ ଏବେ ବି ଜାଣିନାହାନ୍ତି । ସେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ପୁରୁଣା ପରମ୍ପରା ଏବଂ ନୀତି ନିୟମକୁ ପାଳନ କରିଥାନ୍ତି । ପୁରୁଣା ମାନ୍ୟତା ଅନୁସାରେ ସେମାନେ ଜୀବନଯାପନ କରନ୍ତି । ଏଭଳି ଏକ ଜନଜାତି ରହିଛନ୍ତି, ଯେଉଁଠି ପରିବାରରେ କୌଣସି ବ୍ୟକ୍ତିଙ୍କ ମୃତଦେହକୁ କବର ଦିଆଯାଏ ନାହିଁ କିମ୍ବା ପୋଡ଼ାଯାଏ ନାହିଁ । ବରଂ କାହାର ମୃତ୍ୟୁ ହେଲେ, ଏହାକୁ ଘରେ ବର୍ଷ ବର୍ଷ ପର୍ଯ୍ୟନ୍ତ ରଖିଥାନ୍ତି ପରିବାର ଲୋକେ ।
ତୋରାଜନ ପରମ୍ପରାରେ ଏକ କଫିନ ଭିତରେ ଗିଫ୍ଟ ରଖିବାର ପ୍ରଥା ରହିଛି । ମୋବାଇଲ, ପର୍ସ ଏବଂ ଘଣ୍ଟା ଇତ୍ୟାଦି ଭଳି ସେମାନଙ୍କ ମନ ପସନ୍ଦର ଜିନିଷକୁ ଏହି କଫିନ ଭିତରେ ରଖିଥାନ୍ତି । ଅନ୍ୟ ଲୋକେ ନିଜ ପ୍ରିୟଜନଙ୍କ ସହ ହୀରା ମଧ୍ୟ ପୋତି ଦେଇଥାନ୍ତି । ତେଣୁ ଅନେକ ସମୟରେ ଡକାୟତି ବି ହେଉଥିବାର ଦେଖାଯାଇଛି । କିଛି ତୋରାଜନ ମୃତକଙ୍କ ସହ ନିଜ ଉପହାରକୁ ଗୁପ୍ତ ଭାବରେ ରଖିଥାନ୍ତି । ତେବେ ଅନ୍ତିମ ସଂସ୍କାର ସମୟ ଆସିଲେ, ଶବକୁ କବରରେ ପୋତି ଦିଆଯାଏ । ଏହାପରେ ମୃତଦେହକୁ ନିୟମିତ ଭାବରେ ରକ୍ଷଣାବେକ୍ଷଣ ମଧ୍ୟ କରାଯାଏ । ଏହାକୁ ପ୍ରତ୍ୟେକ ଦିନ ସଫା ପୋଷାକ ପିନ୍ଧାଇ ଦିଆଯାଏ ଏବଂ ଧ୍ୟାନ ରଖିଥାନ୍ତି ଏହି ପରମ୍ପରାର ଲୋକେ । ମେନନେ(ପୂର୍ବଜ) ନାମକ ଏକ ପରମ୍ପରା ଅନୁସାରେ ନୂଆ ପୋଷାକ ଦିଆଯାଏ ।
ସୁଲାବେସୀର ତୋରାଜନ ପରମ୍ପରା ମାନ୍ୟତା ଅନୁସାରେ, ପ୍ରତ୍ୟେକ ଦିନ ମୃତକଙ୍କ ଖାଦ୍ୟ ଖୁଆଇବା ଏବଂ ଶବକୁ ଗରେ ଏକ ଭିନ୍ନ କୋଠରୀରେ ବିଛଣାରେ ରଖାଯାଏ । ପରିବାର ମୃତବ୍ୟକ୍ତିଙ୍କ ଉଚିତ ସଂସ୍କାର ନ କରିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିଥାଏ । ପରମ୍ପରା ଅନୁସାରେ, ପରିବାର ଲୋକେ ପ୍ରତିଦିନ ମୃତ ସଦସ୍ୟଙ୍କୁ ମଧ୍ୟାହ୍ନରେ ଖାଇବା ପାଇଁ ନିମନ୍ତ୍ରଣ କରିଥାନ୍ତି । ଏଥିପାଇଁ ପରିବାର ଲୋକେ ମୃତବ୍ୟକ୍ତିଙ୍କ ଶବକୁ ବର୍ଷ ବର୍ଷ ପର୍ଯ୍ୟନ୍ତ ଘରେ ରଖିଥାନ୍ତି ।
ଲୋକଙ୍କ ଜୀବନଶୈଳୀ ଅପେକ୍ଷା ସମ୍ପୂର୍ଣ୍ଣ ବିପରୀତ ଢଙ୍ଗରେ ଏହି ପରମ୍ପରାରେ ବସବାସ କରିବାକୁ ପଡ଼ିଥାଏ । ଇଣ୍ଡୋନେସିଆରେ ସୁଲାବେସୀ ପାହାଡ଼ରେ ରହୁଥିବା ତୋରାଜନ ସମାଜର ଲୋକେ ମୃତ ସଦସ୍ୟଙ୍କୁ ଜଣେ ରୋଗୀଙ୍କ ଭଳି ବ୍ୟବହାର କରିଥାନ୍ତି । ଇଣ୍ଡୋନେସିଆରେ ଏକ ସମାଜରେ ଏହି ପରମ୍ପରା ପାଳନ କରାଯାଉଛି । ଏଠାରେ ମୃତବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କିମ୍ବା କବର ଦିଆଯାଏ ନାହିଁ । ତୋରାଜନ ସମାଜର ଲୋକେ ମୃତ୍ୟୁକୁ ମଧ୍ୟ ନିଜ ଜୀବନର ଏକ ଅଂଶ ବୋଲି ବିଚାର କରନ୍ତି । ଏହାସହିତ ପରିବାରର ମୃତ ସଦସ୍ୟଙ୍କ ସହ ସେମାନେ ଜୀବନଯାପନ କରିଥାନ୍ତି ।