fbpx

ଜିନ୍ସ ଏବଂ ଟି-ସାର୍ଟ ପିନ୍ଧିଲେ କଲେଜରେ ମିଳିବ ନାହିଁ ଏଣ୍ଟ୍ରି, ଜାଣନ୍ତୁ କେଉଁ କଲେଜରେ ଜାରି ହେଲା ଏହି ଡ୍ରେସ୍ କୋଡ୍‌

Advertisement

ମୁମ୍ବାଇ: ମୁମ୍ବାଇ ଚେମ୍ବୁର ସ୍ଥିତ ଏନ୍ ଜି ଆଚାର୍ଯ୍ୟ ଆଣ୍ଡ୍ ଡିକେ ମରାଠେ କଲେଜ ଅଫ୍ ଆର୍ଟ୍‌ସ, ସାଇନ୍ସ ଆଣ୍ଡ୍ କମର୍ସରେ ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଡ୍ରେସ ୍ କୋଡକୁ ନେଇ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଛାତ୍ରଛାତ୍ରୀ ଏହି ନିୟମ ପାଳନ ନକଲେ ଏହାର ପ୍ରଭାବ ସେମାନଙ୍କ ପାଠପଢ଼ା ଏବଂ ପରୀକ୍ଷା ଉପରେ ପଡ଼ିପାରେ ବୋଲି କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି ।

ଉକ୍ତ ନିର୍ଦ୍ଦେଶାବଳୀ ଅନୁଯାୟୀ କଲେଜ କ୍ୟାମ୍ପସ ପରିସରରେ କୌଣସି ଛାତ୍ର ଛାତ୍ରୀ ରିପ୍‌ଡ ଜିନ୍ସ(ଫଟା ଜିନ୍ସ), ଟି- ସାର୍ଟ, ଜର୍ସି ବା ଅଙ୍ଗ ପ୍ରଦର୍ଶନ କରୁଥିବା ପୋଷାକ ପରିଧାନ କରି ଆସି ପାରିବେ ନାହିଁ । ଏହା ପରିବର୍ତ୍ତେ ସେମାନେ ଫର୍ମାଲ ପୋଷାକ ପରିଧାନ କରିପାରିବେ । ଛାତ୍ରଙ୍କ ପାଇଁ ଫୁଲ ସାର୍ଟ, ହାପ୍ ସାର୍ଟ ଏବଂ ଟ୍ରାଉଜର ଡ୍ରେସ୍ କୋଡ୍ ରହିଥିବା ବେଳେ ଛାତ୍ରୀଙ୍କ ପାଇଁ ଭାରତୀୟ ଏବଂ ପାଶ୍ଚାତ୍ୟ ପୋଷାକ ପରିଧାନ ପାଇଁ ଅନୁମତି ରହିଛି । କିନ୍ତୁ କୌଣସି ଧର୍ମ କିମ୍ବା ସାଂସ୍କୃତିକ ଅସମାନତାକୁ ଦର୍ଶାଉଥିବା ପୋଷାକ ଯେପରି ନକାବ, ହିଜାବ, ବୁର୍ଖା, ଟୋପି ଇତ୍ୟାଦି ପରିଧାନ କରିପାରିବେ ନାହିଁ । ଏହା ବ୍ୟତୀତ କଲେଜ ଗେଟ୍ ସକାଳ ୭ଟା ୪୦ରେ ବନ୍ଦ ହେବ ଏବଂ ପୁଣି ସକାଳ ୯ଟା ୫୦ ରେ ଖୋଲାଯିବ । ଲେକ୍‌ଚର ଏବଂ ପ୍ରାକ୍ଟିକାଲ କ୍ଲାସ୍ ପାଇଁ ୭୫% ଉପସ୍ଥାନ ଅନିବାର୍ଯ୍ୟ ତେଣୁ ସମୟ ପୁର୍ବରୁ କଲେଜ ପହଞ୍ଚିବା ପାଇଁ କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଯଦି କେହି ବି ଏହି ନିୟମର ଉଲ୍ଲଂଘନ କରନ୍ତି ତେବେ ତାଙ୍କ ୁ କଲେଜ ଗେଟରୁ ଫେରାଇଦିଆଯିବ । ଏନେଇ ସୋମବାର କଲେଜ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏକ ନୋଟିସ୍ ଜାରି କରାଯାଇଥିଲା । ତେବେ ଏହି ନୂତନ ନିର୍ଦ୍ଦେଶବଳୀ କଲେଜ ୱେବସାଇଟରେ ମଧ୍ୟ ଉପଲବ୍ଧ ।

Get real time updates directly on you device, subscribe now.