fbpx

ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମିଳିଲା ଆଶ୍ୱସ୍ତି: ପ୍ରବେଶିକା ପରୀକ୍ଷାରେ ଲାଗିବନି GST, ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଏକ ଖୁସି ଖବର ଆସିଛି । ପ୍ରତିଯୋଗିତାମୂଳକ ପ୍ରବେଶିକା ପରୀକ୍ଷାରେ ଦ୍ରବ୍ୟ ଓ ସେବା କର (ଜିଏସଟି) ଲାଗିବନି । ପୂର୍ବରୁ ଏ କ୍ଷେତ୍ରରେ ଲାଗୁଥିବା ଫିସକୁ ଏବେ ଶୂନ୍ କରିଦିଆଯାଇଛି । ନିକଟରେ ସମାପ୍ତ ହୋଇଥିବା ୪୯ତମ ଜିଏସଟି ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ତେବେ ଜିଏସଟି ପରିଷଦର ଏହି ନିଷ୍ପତ୍ତି ପରେ ଏଣିକି ଜେଇଇ ଓ ନିଟ୍ ଭଳି ପ୍ରବେଶିକା ପରୀକ୍ଷା କ୍ଷେତ୍ରରେ ଫିସ୍ ହ୍ରାସ ପାଇପାରେ । ପ୍ରବେଶିକା ପରୀକ୍ଷା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଭଳି ସରକାରୀ ସଂସ୍ଥା ଦ୍ୱାରା ଆଦାୟ ହେଉଥିବା ଫିସ୍ ଉପରେ କୌଣସି ଜିଏସଟି ଦେବାକୁ ପଡ଼ିବନି । ବର୍ତ୍ତମାନ ଏହି ଏଣ୍ଟ୍ରାନ୍ସ ଟେଷ୍ଟ ଉପରେ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡ଼ୁଛି ।

ତେବେ ଏହି ବୈଠକରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ତରଳ ଗୁଡ଼ ଉପରେ ଜିଏସଟି ହାରକୁ ଶୂନ କରାଯାଇଥିବା ବେଳେ ପେନସିଲ ଶାର୍ପନର ଉପରେ ଜିଏସଟିକୁ ୧୮ରୁ ୧୨ ପ୍ରତିଶତକୁ ହ୍ରାସ କରାଯାଇଛି । ତେବେ ପୂର୍ବରୁ ପାନ ମସଲ ଓ ଗୁଟଖାର ବିକ୍ରୟ ମୂଲ୍ୟରେ କ୍ଷତିପୂରଣ ସେସ୍ ଆଦାୟ କରାଯାଉଥିଲା, ଫଳରେ ରାଜସ୍ୱ କ୍ଷତି ଘଟୁଥିଲା । ତାହା ବର୍ତ୍ତମାନ ବନ୍ଦ କରିବା ପାଇଁ ଉତ୍ପାଦନ ଉପରେ ଟ୍ୟାକ୍ସ ନିଆଯିବ । ଅନ୍ୟପକ୍ଷରେ ଅନଲାଇନ୍ ଗେମିଂ ଉପରେ ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇ ପାରିନାହିଁ ।

Get real time updates directly on you device, subscribe now.