fbpx

ଅଧିକ ମୋବାଇଲର ବ୍ୟବହାର ବ୍ରେନ କ୍ୟାନ୍ସରର କାରଣ କି ? ସ୍ପଷ୍ଟ କଲା ହୁ

no link between mobile and brain cancer who report

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ କ୍ୟାନ୍ସର ମହାମାରୀର ରୂପ ନେବାକୁ ବସିଛି । ଦିନକୁ ଦିନ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । କ୍ୟାନ୍ସର ଅନେକ ପ୍ରକାରର ହୋଇଥିବା ବେଳେ ବ୍ରେନ କ୍ୟାନ୍ସରକୁ ନେଇ ଅନେକ ପ୍ରକାର ତଥ୍ୟ ସାମ୍ନାକୁ ଆସିଥିଲା । ତେବେ କିଛି ବିଶେଷଜ୍ଞ ମୋବାଇଲ ଫୋନ ବ୍ରେନ୍ କ୍ୟାନ୍ସରର କାରଣ ହୋଇପାରେ ବୋଲି କହିଥିବା ବେଳେ ଏହାରି ମଧ୍ୟରେ ଆଜି ଏକ ରିପୋର୍ଟ ପ୍ରକାଶ ପାଇଛି ।  ସ୍ମାର୍ଟଫୋନ୍ ବ୍ରେନ କ୍ୟାନ୍ସରର ବିପଦ ବୃଦ୍ଧି କରୁନାହିଁ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସାରା ବିଶ୍ବରେ ଏନେଇ ଅନୁସନ୍ଧାନ କରାଯାଇଥିବା ବେଳେ ବର୍ତ୍ତମାନ ରିପୋର୍ଟ ପ୍ରକାଶ ପାଇଛି ।

ଅଧିକ ସମୟରେ ଫୋନ ବ୍ୟବହାର କିମ୍ବା ଇଲେଟ୍ରୋନିକ୍ସ ଗ୍ୟାଜେଟର ବ୍ୟବହାର ଦ୍ବାରା କୌଣସି ଫରକ୍ ପଡିବ ନାହିଁ ଜୋର୍ଣ୍ଣଲ ଏନଭାଇରୋମେଣ୍ଟ ଇଣ୍ଟରନ୍ୟାସନାଲ ପତ୍ରିକାରେ ପ୍ରକାଶିତ ରିପୋର୍ଟରେ ସ୍ପଷ୍ଟ କରାଯାଇଛି । ଯେଉଁମାନେ ଅଧିକ ଫୋନ ବ୍ୟବହାର କରୁଛନ୍ତି, ସେମାନଙ୍କୁ ନେଇ ତର୍ଜମା କରାଯାଇଥିବା ବେଳେ ଏହା ବ୍ରେନ କ୍ୟାନ୍ସରର ବିପଦକୁ ବୃଦ୍ଧି କରୁନାହିଁ ବୋଲି କୁହାଯାଇଛି ।

ତେବେ ରିପୋର୍ଟ ଅନୁସାରେ, 1994ରୁ 2022 ମଧ୍ୟରେ ହୋଇଥିବା 63 ରିପୋର୍ଟକୁ ନେଇ ଏହା ପ୍ରକାଶିତ କରାଯାଇଛି । ଏହି ରିସର୍ଚ୍ଚରେ 10ଟି ଦେଶର 11ଜଣ ଏକ୍ସପର୍ଟ ସାମିଲ ହୋଇଥିଲେ । ଏହି ଅନୁଧ୍ୟାନରେ ବିଶେଷକକରି ରେଡିଓ ଫ୍ରିକ୍ବେନ୍ସି ଉପରେ ଧ୍ୟାନ ଦିଆଯାଇଥିଲା । ତେବେ କେବଳ ମୋବାଇଲ ଫୋନ ନୁହେଁ ବରଂ ଟେଲିଭିଜନ, ମନିଟର ଏବଂ ରାଡାରକୁ ନେଇ ପରୀକ୍ଷା କରାଯାଇଥିଲା ।  ଏଥିରେ ଅଷ୍ଚ୍ରେଲିଆର ବିକିରଣ ସୁରକ୍ଷା ପ୍ରାଧିକରଣ ପ୍ରତିନିଧିମାନେ ମଧ୍ୟ ସାମିଲ ହୋଇଥିଲେ ।

Get real time updates directly on you device, subscribe now.