Girlfriendଙ୍କୁ ନେଇ OYO ଯିବା Plan ଥିଲେ, ଜାଣିନିଅନ୍ତୁ ପରିବର୍ତ୍ତିତ ନିୟମ, ନହେଲେ ହୋଇପାରନ୍ତି ଅପଦସ୍ତ

ଓୟୋ ପାର୍ଟନର ହୋଟେଲ ପାଇଁ ନୂଆ ପଲିସି ଆରମ୍ଭ କରିବାକୁ ଯାଉଛି; ନିୟମର ଶୁଭାରମ୍ଭ ମେରଟରୁ ହୋଇଛି

ନୂଆଦିଲ୍ଲୀ– ଆପଣ ଗାର୍ଲଫ୍ରେଣ୍ଡଙ୍କୁ ନେଇ ଯାଇଥାନ୍ତି କି ଓୟୋ । ତେବେ ଆପଣଙ୍କ ପାଇଁ ଜରୁରୀ ସୂଚନା । ଓୟୋ ସବୁ ଗ୍ରାହକଙ୍କୁ ନିରାଶ କରିବା ପରି ନିୟମ ଆଣିବାକୁ ଯାଉଛି । ଏଣିକି ବିନା ବାହାଘରରେ ଓୟୋରେ ପଶିବା ମନା । କେବଳ ବିବାହିତ ଯୋଡିଙ୍କୁ ହିଁ ଓୟୋରେ ରହିବାର ସୁଯୋଗ ମିଳିବ । ବିନା ବିବାହରେ ଗର୍ଲ ଫ୍ରେଣ୍ଡ ଓ ବୟ ଫ୍ରେଣ୍ଡ ଯାଉଥିଲେ ଏଣ୍ଟ୍ରି ମିଳିବ ନାହିଁ ।

ଚଳିବ ବର୍ଷରୁ ଓୟୋ ପାର୍ଟନର ହୋଟେଲ ପାଇଁ ନୂଆ ପଲିସି ଆରମ୍ଭ କରିବାକୁ ଯାଉଛି । ନୂଆ ଗାଇଡଲାଇନ୍ସ ମୁତାବକ ଅବିବାହିତ ଯୋଡି ଓୟୋର ହୋଟେଲ ରୁମ୍ସରେ ଚେକଇନ କରିବାର ଅନୁମତି ପାଇପାରିବେ ନାହିଁ ।

ନିୟମର ଶୁଭାରମ୍ଭ ମେରଟରୁ – ରିଭାଇଜ ପଲିସି ମୁତାବକ, ସବୁ ପ୍ରେମୀ ଯୁଗଳଙ୍କୁ ଚେକଇନ ସମୟରେ ନିଜ ସମ୍ପର୍କକୁ ବୈଧ ସାବ୍ୟସ୍ତ କରିପାକୁ ହେବ । ଏଥିରେ ଅନଲାଇନ ବୁକିଂ ବି ସାମିଲ ରହିଛି । ଏହାକୁ ଆଗ ମେରଟରେ ଲାଗୁ କରାଯାଇଛି । ମେରଟରେ ଥିବା ଓୟୋର ପାର୍ଟନର ହୋଟେଲସବୁରେ ଏହାକୁ ତକ୍ରାଳ ଲାଗୁ କରିବାକୁ ନିର୍ଦ୍ଦେଶ ରହିଛି ।

ଏପରି କରିବା ପଛର କାରଣ- କିଛି ସହରର ନବାସୀ ଓୟୋ ହୋଟେଲଗୁଡିକରେ ଅବିବାହିତ ଯୋଡିକୁ ରହିବାକୁ ଅନୁମତି ନ ଦେବାକୁ ଅନୁମତି ନ ଦେବାକୁ ଏକ ଯାଚିକା ଦାୟର ହୋଇଥିଲା । ଏହାକୁ ଦେଖି କମ୍ପାନୀ ନିଜ ନିୟମରେ ପରିବର୍ତ୍ତନ ନିଷ୍ପତ୍ତି ନେଇଛି ।

କମ୍ପାନୀ ତରଫରୁ କୁହାଯାଇଛି କି, ତାର ପାର୍ଟନର ହୋଟେଲଗୁଡିକୁ ସ୍ଥାନୀୟ ସାମାଜିକ ସଂମ୍ବେଦନଶୀଳତା ସହ ତାଳମେଳ ବସାଇ ନିଜ ବିବେକ ଆଧାରରେ ଯୋଡିଙ୍କ ବୁକିଂକୁ ଅସ୍ୱୀକାର କରିବାର ଅଧିକାର ଦେଇଛି ।