fbpx

ଆଇଲାଣ୍ଡରେ ଚାଲେନି ଗୋଟିଏ ବି ଗାଡି,ସମସ୍ତେ ବ୍ୟବହାର କରନ୍ତି ଘୋଡାଗାଡି

ଓଡିଶା ଭାସ୍କର: ବିଶ୍ୱ ବହୁ ବିଚିତ୍ର । ବିଚିତ୍ରତାରେ ପରିପୂର୍ଣ୍ଣ ଏ ବିଶ୍ୱରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ହେଉଥିଲେ ବି ଅନେକ ଜିନିଷ ଏମିତି ଥାଏ ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଓ ଆଚମ୍ବିତ କରିବା ପାଇଁ ଯଥେଷ୍ଟ । ଏହିକ୍ରମରେ ଅଧୁନା ଦୁନିଆରେ ସଡକଗୁଡିକରେ ମହଙ୍ଗା ଓ ବିଳାସପୂର୍ଣ୍ଣ ଗାଡି ଦୌଡୁଥିବାର ଦେଖିବାକୁ ମିଳେ । ଆମେରିକାର ଏକ ଆଇଲାଣ୍ଡ ଏବେ ଚର୍ଚ୍ଚାରେ । ଏହି ଚର୍ଚ୍ଚାର କାରଣ ହେଉଛି ଏହି ଆଇଲାଣ୍ଡ ନୋ ହ୍ୱିକେଲ ଜୋନ ଅଟେ । ଏଠାରେ ଗୋଟିଏ ବି ଗାଡି ମହଜୁଦ ନାହିଁ । ଏଠାକାର ପ୍ରାୟ ସବୁ ଲୋକ ସାଇକେଲ ଓ ଘୋଡା ଗାଡିର ବ୍ୟବହାର କରନ୍ତି ।
ଗାଡି ଚଳାଚଳ କରୁ ନଥିବାରୁ ଏହି ଆଇଲାଣ୍ଡରେ ବାୟୁ ପ୍ରଦୂଷଣ ହାର ବହୁ କମ୍ । ସେଥିପାଇଁ ଦୂରଦୂରାନ୍ତରୁ ଲୋକେ ଏଠିକୁ ରହିବା ପାଇଁ ଆସନ୍ତି । ମନଭରି ଏହି ଆଇଲାଣ୍ଡର ମଜା ନିଅନ୍ତି । ଆମେରିକାର ମିଶିଗନ ସହରରେ ଥିବା ମୈକନିକ କାଉଣ୍ଟିସ୍ଥିତ ମୈକନେକ ଦ୍ୱୀପରେ ଦୀର୍ଘ ୧୨୭ ବର୍ଷରୁ ମୋଟର ଗାଡିର ବ୍ୟବହାର ବ୍ୟାନ ଅଛି । ୧୮୯୮ ମସିହାରୁ ଏଠାରେ ଏହି ବ୍ୟାନ ବଳବତ୍ତର ରହିଛି । ଏହି ଦ୍ୱୀପରେ ଜଣେ କୌମସି ବି ଜାଗାକୁ ଯିବାକୁ ହେଲେ ଘୋଡା ଗାଡିର ବ୍ୟବହାର କରିଥାଏ । ଏହି ଦ୍ୱୀପର ଜନସଂଖ୍ୟା ମାତ୍ର ୬୦୦ ଅଟେ । ଆମେରିକା ସମେତ ସାରା ବିଶ୍ୱରେ ଏହି ଦ୍ୱୀପ ପ୍ରସିଦ୍ଧ ଅଟେ । ଜୁନମାସରେ ହେଉଥିବା ଲି-ଲେଗ ଫେଷ୍ଟିଭାଲ ଓ ଫାଁଲ ପୋଲିଏଜ ଦେଖିବା ପାଇଁ ଲୋକଙ୍କ ଅତ୍ୟଧିକ ଭିଡ ଦେଖିବାକୁ ମିଳେ । ଏହି ଆଇଲାଣ୍ଡ ଭାରତର ଦିଲ୍ଲୀ ଭଳି ସହର ପାଇଁ ଏକ ଉଦାହରଣ ସୃଷ୍ଟି କରିଛି । ଯେଉଁଠି ପ୍ରଦୂଷଣର ହାର ବେଶ୍ ଅଧିକ । ଏହି ଆଇଲାଣ୍ଡଠୁ ପ୍ରଦୂଷିତ ସହର ପ୍ରଦୂଷଣକୁ କେମିତି କମ୍ କରାଯିବ ଶିଖିବା ଦରକାର ।

Get real time updates directly on you device, subscribe now.