fbpx

IMD ର ସତର୍କ ସୂଚନା, ବର୍ଷା ପାଇଁ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ

Advertisement

ନୂଆଦିଲ୍ଲୀ:ଉତ୍ତରପ୍ରଦେଶରେ ବନ୍ୟାର ଉଗ୍ର ରୂପ ଦେଖିବାକୁ ମିଳିଛି। ତେବେ ଏଥିରେ ୯ଜଣଙ୍କ ମୃତ୍ୟ ମଧ୍ୟ ହେଲାଣି । ରାଜ୍ୟରେ ବନ୍ୟା ସ୍ଥିତି ଜଟିଳ ହେଉଥିବାରୁ ସ୍କୁଲ ବନ୍ଦ କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଆଜି ଅକ୍ଟୋବର ୧୦, ୨୦୨୨ ପାଇଁ ନୋଏଡା ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲଗାତାର ବର୍ଷା ପରେ ଗତକାଲି ରାତିରେ ନୋଏଡା, ଗାଜିଆବାଦ ଏବଂ ଉତ୍ତରପ୍ରଦେଶର ଅନ୍ୟାନ୍ୟ ଅଞ୍ଚଳରେ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ପାଣିପାଗ ବିଭାଗ ଦ୍ୱାରା ଜାରି ହୋଇଥିବା ପାଣିପାଗ ସତର୍କ ସୂଚନା ଏହି ଅଞ୍ଚଳରେ ଅଧିକ ବର୍ଷା ହେବାର ସୂଚାଉଛି।

ସତର୍କତା ଭାବରେ ଆଜି ଅକ୍ଟୋବର ୧୦ ପାଇଁ ନୋଏଡା, ଗାଜିଆବାଦ, କାନପୁର, ଆଲିଗଡ, ଆଗ୍ରା, ଲକ୍ଷ୍ନୌ ଏବଂ ମେରୁଟ୍ ସମସ୍ତ ବିଦ୍ୟାଳୟରେ ଛୁଟି ଘୋଷଣା କରାଯାଇଛି। ଇ କ୍ରମରେ ସମସ୍ତ ବିଦ୍ୟାଳୟ ଅନ୍ତର୍ଭୁକ୍ତ – ବେସରକାରୀ ତଥା ସରକାରୀ । ଆହୁରି ମଧ୍ୟ ଦ୍ୱାଦଶ ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀ ପାଇଁ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ । କିନ୍ତୁ ଆଲିଗଡରେ ତିନି ଦିନ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ୧ ରୁ ୧୨ ଶ୍ରେଣୀର ବିଦ୍ୟାଳୟଗୁଡ଼ିକ ଅକ୍ଟୋବର ୧୨, ୨୦୨୨ ପର୍ଯ୍ୟନ୍ତ ବନ୍ଦ ରହିବ।
ଏହି ସମୟରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶରେ ଆସନ୍ତା ଦୁଇ ଦିନ ପାଇଁ ପ୍ରବଳ ବର୍ଷା ସତର୍କ ସୂଚନା ଜାରି କରାଯାଇଛି। ତାମିଲନାଡୁ, ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ପାଇଁ ଆସନ୍ତା ପାଞ୍ଚ ଦିନ ମଧ୍ୟରେ ପ୍ରବଳ ବର୍ଷା ହେବାର ପରାମର୍ଶ ଦିଆଯାଇଛି।

Get real time updates directly on you device, subscribe now.